ସମାଜସେବୀ ସରୋଜ କୁମାର ସାହୁଙ୍କୁ ପ୍ରଶଂସା

ଓଡ଼ିଆ ବାର୍ତ୍ତା/ ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତଗତ କର୍ଣ୍ଣାପୁର ପଞ୍ଚାୟତ ନାତିଡ଼ି ଗ୍ରାମର ଧରଣୀଧର ସାହୁ ଓ ସାରଳା ସାହୁଙ୍କ ସୁପୁତ୍ର ସରୋଜ କୁମାର ସାହୁ ମୁତ୍ୟୁ ପରେ ନିଜର ଅଙ୍ଗ ପ୍ରତ୍ୟଙ୍ଗ ଅପସାରଣ କରିବା ପାଇଁ ଆଜି ଵିଧି ବଧ ଭାବେ ରେଜିଷ୍ଟସନ କରିଛନ୍ତି l ରାଜ୍ୟ ସରକାରଙ୍କ ଘୋଷଣା ପରେ ଅଙ୍ଗ ଦାନ କରୁ ଥିବା ବ୍ୟକ୍ତିଙ୍କୁ ରାଷ୍ଟ୍ୟୟ ମର୍ଯ୍ୟାଦାରେ ଶେଷ ସମ୍ପୂର୍ଣ୍ଣ କରିବା ସହିତ ମୁତ୍ୟୁ ବକ୍ତ୍ୟଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ l ସରୋଜ କୁମାର ସାହୁ ଏବେ ସ୍ଵେଚ୍ଛାସେବୀ ସଂଗଠନ ଉତ୍ସର୍ଗ କଲ୍ୟାଣ ସେବାର ପ୍ରତିଷ୍ଟତା ଓ ସଭାପତି ଅଛନ୍ତି l ଅସହାୟ, ନିରାଶୟ, ବୃଦ୍ଧ, ବୃଦ୍ଧା ମାନସିକତା ଓ ବିଚାରଗ୍ରସ୍ତ ବ୍ୟକ୍ତିଙ୍କ ସଫା ସୂତ୍ରରା ସହିତ ପିଲାମାନଙ୍କୁ ଆମ ପାଠଶାଳା ମାଧ୍ୟମରେ ଉତ୍ସର୍ଗ କଲ୍ୟାଣ ସେବା ପରିବାର ହିସାବରେ ଦାୟତ୍ୱ ତୁଲାଇ ଆସୁଛନ୍ତି ଓ ସ୍ଥାନୀୟ କଳାକାର ମାନଙ୍କୁ ଉତ୍ସର୍ଗ କଲ୍ୟାଣ ସେବା ତରଫରୁ ମାନପତ୍ର ଦେଇ ଉତ୍ସର୍ଗୀକୃତ କରଯାଉଛି l ୪୫ ଥର ରକ୍ତଦାନ କରି ଏକ ରକ୍ତଦାତା ହିସାବରେ ପରିଚୟ ପାଇଛନ୍ତି ସରୋଜ କୁମାର ସାହୁ l ବହୁତ ଦିନ ଆଗରୁ ସମାଜ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସରୋଜ କୁମାର ସାହୁ ଆଜି ଏମିତି ଏକ ନିଷ୍ପତିକୁ ସମସ୍ତେ ପ୍ରଶଂସା କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.