ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଚେତନା ଅନୁଷ୍ଠାନ ଗସ୍ତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ହିଆଲ ଭୁବନେଶ୍ୱର ସ୍ଥିତ ଚେତନା ମାନସିକ ଅନଗ୍ରସର ଅନୁଷ୍ଠାନକୁ ପରିଭ୍ରମଣରେ ଆସିଥିଲେ। ଚ଼େତନା ଅନୁଷ୍ଠାନ ମହାବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷାରେ ଡିପ୍ଲୋମା, ବି.ଇଡ଼ି, ଏମ୍.ଇଡ଼ି ଓ ସ୍ନାତକୋତ୍ତର ମନୋବିଜ୍ଞାନ ବିଭାଗରେ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରୁଛନ୍ତି। ଓଡ଼ିଶା‌ ସରକାରଙ୍କ ଅନୁସୂଚ଼ିତ ଜାତି ଓ ଅନୁସୂଚ଼ିତ ଜନଜାତି ବିଭାଗ ପକ୍ଷରୁ ଆସିଥିବା ପୋଷ୍ଟ ମାଟ୍ରିକ ଛାତ୍ରବୃତ୍ତିକୁ ଛାତ୍ରଛାତ୍ରୀ ମାନେ ଆବେଦନ କରିଥିଲେ। ଏହି ପରିପ୍ରେକ୍ଷୀରେ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା‌ ଅଧିକାରୀ ପରିଭ୍ରମଣରେ ଆସି ଛାତ୍ରବୃତ୍ତି ଆବେଦନର ଯାଞ୍ଚ କରିଥିଲେ। ତତସହିତ ସାମାଜିକ ସୁରକ୍ଷା‌ ବିଭାଗ ଅଧିନରେ ଚେତନା ମାନସିକ ଅନଗ୍ରସର ସ୍ୱତନ୍ତ୍ର ବିଦ୍ୟାଳୟ ଚାଲୁଅଛି, ତେଣୁ ଏହି ବିଦ୍ୟାଳୟକୁ ଶ୍ରୀ ହିଆଲ ପରିଦର୍ଶନ କରି ଛାତ୍ରଛାତ୍ରୀ ମାନଙ୍କ ସହ କିଛି ସମୟ ବିତାଇବା, ବିଦ୍ୟାଳୟ ବୁଲି ଦେଖିବା ସହ ଛାତ୍ର‌ଛାତ୍ରୀ ନିବାସ‌ ବୁଲି ଦେଖିଥିଲେ। ଅନୁଷ୍ଠାନର କର୍ମଚାରୀଙ୍କ ସହ ଆଲୋଚନା କରି ଅସୁବିଧା ବୁଝିଥିଲେ । ଏହି ପରିପ୍ରେକ୍ଷୀରେ ତାଙ୍କ ସହ ଚେତନା ସ୍ୱତନ୍ତ୍ର ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିନୟ ଭୂଷଣ ମହାପାତ୍ର, ଚେତନା ମାନସିକ ଅନଗ୍ରସର ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସବିତା ପ୍ରଧାନ ଏବଂ ଚେତନା ଅନୁଷ୍ଠାନର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.