ପାଣି ପାଇଁ ବିଡିଓଙ୍କ ଦ୍ବାରସ୍ଥ ହେଲେ ଇନ୍ଦ୍ରା କଲୋନୀର ମହିଳା

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ଗ୍ରୀଷ୍ମ ଋତୁ ଆରମ୍ଭରୁ ଅନେକ ଅଞ୍ଚଳରେ ଜଳ ସଙ୍କଟ ଦେଖାଦେଲାଣି।ଲୋକେ ପିଇବା ପାଣି ଟୋପାଏ ପାଇବା ପାଇଁ ପ୍ରତିଦିନ ସଂଘର୍ଷ କରୁଛନ୍ତି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାର ଇନ୍ଦ୍ରା କଲୋନୀ ପଡାରେ ଦୀର୍ଘଦିନ ହେବ ପାନୀୟଜଳର ଘୋର ସମସ୍ୟା ଦେଖାଦେଇଛି। ପ୍ରାୟ ୩୦ ପରିବାର ବସବାସ କରୁଥିବା ଏହି ପଡାରେ ଆଜି ପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ହେଇପାରିନି। ଏହି ଜନବସତିଟି ପାହାଡିଆ ଅଞ୍ଚଳରେ ଥିବା ବେଳେ ଏଠାରେ କୌଣସି ଜଳଉତ୍ସ ନାହିଁ।ନଳକୂପ ବ୍ୟବସ୍ଥା ନଥିବା ବେଳେ ତଳ ଅଞ୍ଚଳରେ ଖନନ ହୋଇଥିବା ଏକ ବୋର୍ ରୁ ପଡାରେ ସ୍ଥାପିତ ଏକ ସିଣ୍ଟେକ୍ସ କୁ ପାଣି ଉଠାଇବା ପାଇଁ ସୋଲାର୍ ପ୍ରକଳ୍ପ ବ୍ୟବହାର କରାଯାଇଛି।କିନ୍ତୁ ପ୍ରକଳ୍ପ ଅଚଳ ହୋଇ ପଡିଥିବା ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଥିବା ଜଣାପଡିଛି। ଯାହାକୁ ନେଇ ଆଜି ଉକ୍ତ ପଡାର ମହିଳା ମାନେ ଥୁଆମୂଳ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲିଙ୍କୁ ସାକ୍ଷାତ କରି ତୁରନ୍ତ ସମାଧାନ ପାଇଁ ଅଭିଯୋଗ କରିଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମୁଦଲି ତୁରନ୍ତ ଏହାର ସମାଧାନ କରାଯିବ ବୋଲି ପଡାର ମହିଳା ମାନଙ୍କୁ କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.