ସଇଁତଲାରେ ୨୪ ପ୍ରହରୀ ନାମଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସହରରେ ପ୍ରତି ବର୍ଷ ଫଗୁଣ ପୂର୍ଣ୍ଣିମା ଉପଲକ୍ଷେ ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ମଧ୍ୟ ୨୪ ନାମ ଯଜ୍ଞ ପାଇଁ ଶୁକ୍ରବାର କଳସ ଶୋଭାଯାତ୍ରା ଆୟୋଜିତ ହୋଇଛି। ଏନେଇ ସହରର ମହିଳା ଓ ପୁରୁଷମାନେ ହାଟ ପଡା ପ୍ରହରୀ ମଣ୍ଡପ ପରିସରରେ ଏକତ୍ରିତ ହୋଇଥିଲେ। ପରେ ଘଣ୍ଟବାଜା, ସଂକୀର୍ତନ ମାଧ୍ୟରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନୁଆଁବନ୍ଦ ପୋଖରୀରେ ପହଞ୍ଚିଥିଲେ଼। ସେଠାରେ ପଣ୍ଡିତ କିରଣ ମିଶ୍ରଙ୍କ ତତ୍ତ୍ୱବଧାନରେ ପୂଜନ ବିଧି ହୋଇଥିବାବେଳେ ପଣ୍ଡିତ ମାନସ ମିଶ୍ର, ଧ୍ରୁବ ଚରଣ ଯୋଶୀ, ନବଘନ ଷଡ଼ଙ୍ଗୀ, ସୁରେନ୍ଦ୍ର ମିଶ୍ର, ହରି ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଏଥିରେ କର୍ତ୍ତା ଭାବରେ ସୀତାରାମ ପଟ୍ଟନାୟକ ଓ ତାଙ୍କ ଧର୍ମପତ୍ନୀ କୁମଦିନୀ ପଟ୍ଟନାୟକ ପୂଜାର୍ଚ୍ଚନା ଦାୟିତ୍ୱ ତୁଲାଇଥିଲେ। ଏହାପରେ ୧୦୮ ଗୋଟି କଳସ ପାଣି ଆଣି ମଣ୍ଡପରେ ସ୍ଥାପନ କରିଥିଲେ। ଉକ୍ତ ପ୍ରହରୀ ଆସନ୍ତା ଶନିବାର ଦିନ ଠାରୁ ଆରମ୍ଭ ହୋଇ ୨୬ ତାରିଖ ଦିନ ପୂର୍ଣ୍ଣାହୂତି ହେବ ବୋଲି ଆୟୋଜିତ କମିଟି ସୂତ୍ରରୁ ଜଣାଯାଇଛି। ଏହି ଶୋଭାଯାତ୍ରା ସମୟରେ କମିଟି ସଭାପତି ସୁରେନ୍ଦ୍ର ସିଂ ଭୋଇ, ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ପ୍ରହରୀ କମିଟିର ସମ୍ପାଦକ ସୁବୋଧ ମିଶ୍ର, ଜୟ ମା ଚଣ୍ଡୀ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀ କମିଟିର ଦୁର୍ବାଦଳ ପ୍ରଶାୟତ,  କାର୍ତିକ ଦଣ୍ଡସେନା, ସର୍ବେ ଦଣ୍ଡସେନା, ଚୈତନ୍ୟ ପଟ୍ଟନାୟକ, ଚୈତନ୍ୟ ସାହୁ, ମୁନୁ ଭୋଇଙ୍କ ସମେତ ସମସ୍ତ ସଦସ୍ୟ ତଥା ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.