ଗୋବିନ୍ଦାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରି ପାରନ୍ତି ଅଭିନେତ୍ରୀ ସ୍ୱରା ଭାସ୍କର

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଅଭିନେତା ଗୋବିନ୍ଦାଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଉତ୍ତର କେନ୍ଦ୍ରୀୟ ମୁମ୍ବାଇ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ହେଉଛି ।  ଗୋବିନ୍ଦାଙ୍କ ନାମ ଲୋକସଭା ପ୍ରାର୍ଥୀ ହେବା ପାଇଁ ଆଲୋଚନା ହେବା ପରେ ଏବେ କଂଗ୍ରେସ ମଧ୍ୟ ଏହି ନିର୍ବାଚନମଣ୍ଡଳୀରେ ବଲିଉଡ ଅଭିନେତ୍ରୀଙ୍କୁ ମଇଦାନକୁ ଓହ୍ଲାଇବା ପାଇଁ ଯୋଜନା ଆରମ୍ଭ କରିଛି । ଅଭିନେତ୍ରୀ ସ୍ୱରା ଭାସ୍କର ଗୋବିନ୍ଦାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରି ପାରନ୍ତି । ସ୍ୱରା କଂଗ୍ରେସରେ ଯୋଗଦେବେ ବୋଲି ସୂତ୍ରରୁ ପ୍ରକାଶ । କଂଗ୍ରେସର ବରିଷ୍ଠ ନେତାମାନେ ନିଶ୍ଚିତ କରିଛନ୍ତି ଯେ ସେମାନେ ସ୍ୱରା ଭାସ୍କରଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଚାର କରିବେ । ସୂଚନାନୁସାରେ, କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ସ୍ୱରା ଭାସ୍କରଙ୍କୁ ସମର୍ଥନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.