ତାଲା ଭାଙ୍ଗି ଟଙ୍କା ଓ ସୁନା ଚୋରି, ପୋଲିସର ଛାନଭିନ ଜାରି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଗ୍ରାମର ବାମଦେବ ଠାକୁରଙ୍କ ଘରେ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଛି। ଅଭିଯୋଗ ମୁତାବକ, ଶୁକ୍ରବାର ସନ୍ଧ୍ୟାରେ ବାମଦେବ ଠାକୁର ନିଜ ପରିବାର ସହିତ ପୈତୃକ ଗାଁ ଚିକିଲିର ଏକ ସମ୍ପର୍କିୟ ବିବାହ ଉତ୍ସବକୁ ଯାଇ ରାତି ପ୍ରାୟ ୧୧ଟା ୩୦ ସମୟରେ ସେଠାରୁ ଘରକୁ ଫେରିଥିଲେ। ତେବେ ଘରେ ପହଞ୍ଚି କବାଟ ଭାଙ୍ଗିଥିବା ଦେଖିବାକୁ ପାଇ ଚୋରି ହୋଇଥିବା ସନ୍ଦେହ କରିଥିଲେ। ଘର ଭିତରକୁ ପଶିବା ପରେ ତିନୋଟି ଆଲମାରୀ ଭାଙ୍ଗି ଥିବାବେଳେ ଘରର ଆସବାବପତ୍ର ଏଣେ ତେଣେ ପଡିଥିବା ଦେଖି ଚୋରି ହୋଇଥିବା ସ୍ପଷ୍ଟ ହୋଇଥିଲେ। ଏବଂ ଘରର ସବୁଆଡ଼େ ଦେଖାଦେଖି ଆରମ୍ଭ କରିଥିବାବେଳେ ନଗଦ ୧୫ ହଜାର ଟଙ୍କା, ଦୁଇ ଭରି ସୁନା ଓ ଏକ ମୋବାଇଲ ଫୋନ ଚୋରି ହୋଇଥିବା ନେଇ ଘର ମାଲିକ ବାମଦେବ ଠାକୁର ଶନିବାର ସକାଳେ କୋକସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ କୋକସରା ଥାନା ପୋଲିସ ଏକ ମାମଲା ରୁଜୁ କରି ସନ୍ଧାନି କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ତଦନ୍ତ ଆରମ୍ଭ କରି ବିଭିନ୍ନ ଦିଗକୁ ଛାନଭିନ ଆରମ୍ଭ କରୁଥିବା ଥାନା ପକ୍ଷରୁ ସୂଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.