ସର୍ଗିଗୁଡ଼ା ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳଶ ଯାତ୍ରା ଓ ଅଧିବାସ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଡହଗାଁ ପଞ୍ଚାୟତର ସର୍ଗିଗୁଡା ଗୋନ୍ତିଆପଡାଠାରେ ରବିବାରଠାରୁ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଶନିବାର ଅଧିବାସ ସହ କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଗ୍ରାମର ଶତାଧିକ କୁମାରୀ ଯୁବତୀ ଓ ମହିଳାମାନେ ସାମିଲ ହୋଇ ପ୍ରହରୀ ମଣ୍ଡପ ନିକଟରୁ କଳସ ଯାତ୍ରାରେ ବାହାରି ଖପରାମାଲ ସ୍ଥିତ ମୁଟୁରା ନଦୀ କୂଳରେ ପହଞ୍ଚି ଥିଲେ। ପୂଜାର୍ଚ୍ଚନା ପରେ ସେଠାରୁ ପୂଜାକର୍ତ୍ତା ଓ ଶ୍ରଧାଳୁମାନେ ପବିତ୍ର ଜଳପୂର୍ଣ୍ଣ କଳସ ଧାରଣକରି ଖୋଲ କୀର୍ତ୍ତନ ଦଳ ସହ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରହରୀ ମଣ୍ଡପ ନିକଟରେ ପହଞ୍ଚିଥିଲେ। ପରେ ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା। ଏହି ନାମଯଜ୍ଞରେ ଦୁର୍ଯ୍ୟୋଧନ ସିଂ ରାଜପୁତ ସପତ୍ନୀକ ଯମୁନା ସିଂ ରାଜପୁତ ପୂଜାକର୍ତ୍ତା କାର୍ଯ୍ୟ ନିର୍ବାହ କରୁଛନ୍ତି। ପୂଜା କମିଟିର ସଭାପତି ଚରଣ ସିଂ ରାଜପୁତ, ଉପ ସଭାପତି ଦେବଦତ୍ତ ତେଜି, ସମ୍ପାଦକ ମିତ୍ରଭାନୁ ସିଂ ରାଜପୁତ, ସହ-ସମ୍ପାଦକ ପୁରୁଷୋତ୍ତମ ସିଂ ରାଜପୁତ, କୋଷାଧ୍ୟକ୍ଷ କୁଞ୍ଜଦେବ ସିଂ ରାଜପୁତ, ଚନ୍ଦ୍ରହାସ୍ୟ ସିଂ ରାଜପୁତ, ପ୍ରଦିପ ସିଂ ରାଜପୁତ ପ୍ରମୁଖ ପରିଚାଳନା କମିଟିରେ ରହିଛନ୍ତି। ଦୁଇ ଦିନ ଧରି ହେବାକୁ ଥିବା ଏହି ଅଖଣ୍ଡ ନାମଯଜ୍ଞରେ ସାମିଲ ହେବାକୁ ପରିଚାଳନା କମିଟି ପକ୍ଷରୁ ସମସ୍ତ ଜନ ସାଧାରଣଙ୍କୁ ଅନୁରୋଧ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.