ଖବର ପ୍ରସାରଣ ହେବା ପରେ ବିଦ୍ୟୁତ ବିଭାଗର ଚେତା ପଶିଲା; ଧାରଣା ପୂର୍ବରୁ ଭୂମିହୀନ ବସ୍ତିକୁ ବିଦ୍ୟୁତ ସଂଯୋଗ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବିଦ୍ୟୁତ ବିଭାଗର ମନମୁଖୀ କାରବାର ଯୋଗୁଁ ସଇଁତଲା ଓ କେରମେଳି ପଞ୍ଚାୟତ ଅଧୀନରେ ରହୁଥିବା ସନଦାସମୁଣ୍ଡା ଓ ଡ଼ୁମାଲପଡାର ଭୂମିହୀନ ପରିବାର ବିଦ୍ୟୁତ ସେବାରୁ ଦୀର୍ଘ ଦିନ ହେଲା ବଞ୍ଚିତ ହୋଇଥିବା ନେଇ ସଇଁତଲା ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପେନ୍ଦ୍ର ମାଝୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ l ଯଦି ବିଦ୍ୟୁତ ବିଭାଗ ଆଗାମୀ ୨୫ ତାରିଖ ସୋମବାର ଦିନ କୋଣସି ପଦେକ୍ଷପ ଗ୍ରହଣ ନ କଲେ ବିଦ୍ୟୁତ ବିଭାଗ କାର୍ଯ୍ୟଳୟ ସମ୍ମୁଖରେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବୁ ବୋଲି ଭୂମିହୀନ ପରିବାରର ମହିଳା ଓ ପୁରୁଷମାନେ ଚେତାବନୀ ଦେଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ବିଦ୍ୟୁତ ବିଭାଗର ଚେତା ପଶିଲା । ୨ ଦିନ ମଧ୍ୟରେ ବିଦ୍ୟୁତ ବିଭାଗ ତତ୍ପରତା ପ୍ରକାଶ କରି ପ୍ରତ୍ୟେକ ଭୂମିହୀନ ପରିବାରଙ୍କ ଘରରେ ମିଟର ଲଗାଇବା ସହ ବିଦ୍ୟୁତ ସଂଯୋଗ କରାଯାଇଥିଲା l ଏହାପରେ ଭୂମିହୀନ ବସ୍ତିରେ ଆଲୁଅ ଜଳିବା ପରେ ପଡାବାସୀଙ୍କ ମଧ୍ୟରେ ଖୁସିର ମାହୋଲ ପରିଲକ୍ଷିତ ହୋଇଥିଲା l ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କେରମେଲି ପଞ୍ଚାୟତ ଅଧୀନ ସାନଦାସମୁଣ୍ଡା ଓ ଡ଼ୁମାଲ ପଡା ଠାରେ ନୂତନ ଭୂମିହୀନ ବସ୍ତି ହୋଇଛି l ଏଥିରେ ସରକାର ୪ ଡ଼ିସମିଲ ଜାଗା ଯୋଗାଇ ଦେବା ପରେ ଆବାସ ଯୋଜନା ପାଇବା ପରେ ନୂତନ ବସ୍ତି ଗଢି ଉଠିଥିଲା l ଉକ୍ତ ସମସ୍ୟା ନେଇ ପଡାବାସୀ ବ୍ଲକ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଦାବୀ କରି ଆସୁଥିଲେ l ଏହାପରେ ପଡାବାସୀ ଗତ ୨୦୨୩ ଡିସେମ୍ବର ୨୭ ତାରିଖ ଦିନ ପାନୀୟ ଜଳ, ବିଦ୍ୟୁତ ସଂଯୋଗୀକରଣ ଓ ବିଭିନ୍ନ ସମସ୍ୟା ନେଇ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ପାଇଁ ଉଦ୍ୟମ କରିଥିଲେ l କିନ୍ତୁ ତାର ପୂର୍ଵରୁ ପ୍ରଶାସନ ହସ୍ତକ୍ଷେପ କରି ପ୍ରତିଶୃତି ଦେଇଥିଲା l ଏଣୁ ଭୂମିହୀନ ବସ୍ତି ପରିବାରଙ୍କୁ ପ୍ରତିଶୃତିର ଦୀର୍ଘ ୩ ମାସ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବିଦ୍ୟୁତ ବିଭାଗ ବିଦ୍ୟୁତ ସଂଯୋଗ କରିବା ପାଇଁ ଦିନ ଗଡାଇ ଚାଲୁଥିବା ବେଳେ ବର୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବା ପଡାବାସୀ ଗରମରେ ଛଟପଟ ହେଉଥିବା ଯୋଗୁଁ ବିଦ୍ୟୁତ ବିଭାଗ ପ୍ରଶାସନ ତରଫରୁ ଭୂମିହୀନ ପରିବାର ମାନଙ୍କୁ ଆଜି କାଲି କହି ହଇରାଣ ହରକତ କରୁଛନ୍ତି ବୋଲି କ୍ଷୋଭ ସହ ପ୍ରକାଶ କରିଥିଲେ l ଏଥିରେ ଆଶିଷ ସାହୁଙ୍କ ସହ ପଡାର ପୁଷ୍ପାଞ୍ଜଳୀ ସାହୁ, ସୁଶିଳା ଭୋଇ, ଗୀତାଞ୍ଜଳି ସାହୁ, ଭାଗ୍ୟ ସାହୁ, ଦୀପାଞ୍ଜଳି ସାହୁ, ଝରଣା ସାହୁ, ପଦ୍ମା ସାହୁ, ଗୁରୁବାରୀ ସାହୁ ପ୍ରମୁଖ ବିଦ୍ୟୁତ ସଂଯୋଗ କରିଦେବା ପରେ ସ୍ଥାନୀୟ ବିଦ୍ୟୁତ ବିଭାଗର ଏସଡିଓ, କନିଷ୍ଠ ଯନ୍ତ୍ରୀ ଓ ସୁପରଭାଇଜର ଓ ସମସ୍ତ ବିଦ୍ୟୁତ ବିଭାଗ କର୍ମଚାରୀମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.