ବୃକ୍ଷ ରୋପଣ କରି ଭିନ୍ନ ରୂପରେ ଜନ୍ମଦିନ ପାଳନ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଉତ୍ସର୍ଗ କଲ୍ୟାଣ ସେବା ପକ୍ଷରୁ ଲେଖକ ରବିନାରାୟଣ ପଟ୍ଟନାୟକଙ୍କ ମା ଶ୍ରୀମତି ବାସନ୍ତୀ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ବୃକ୍ଷ ରୋପଣ କରାଯାଇଛି । ତାଳଚେର ସ୍ଥିତ ନାତିଦି ଠାରେ ବୃକ୍ଷ ରୋପଣ କରାଯାଇଥିଲା । ଉତ୍ସର୍ଗ କଲ୍ୟାଣ ସେବା ସଭାପତି ସରୋଜ କୁମାର ସାହୁ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଶିବିରରେ ଜଳ ସଂରକ୍ଷଣ ପାଇଁ ବୃକ୍ଷ ରୋପଣ ଜରୁରୀ ବୋଲି ଦର୍ଶାଯାଇ ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦିଆଯାଇଥିଲା । ଏମିତି ନିଆରା ଜନ୍ମଦିନକୁ ସ୍ଥାନୀୟ ଅଞ୍ଚଳରେ ସ୍ବାଗତ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.