୮୯ତମ ଓଡିଶା ଦିବସ ଓ ୩୨ତମ ନୂଆପଡା ଜିଲ୍ଲା ସ୍ଥାପନା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଜିଲ୍ଲା ପ୍ରଶାସନ ତରଫରୁ ନେସନାଲ ବିଦ୍ୟାଳୟ ଠାରେ ୮୯ତମ ଓଡିଶା ଦିବସ ଓ ୩୨ତମ ନୂଆପଡା ଜିଲ୍ଲା ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସୟ ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିବା ବେଳେ ବିଶିଷ୍ଠ ଅତିଥି ରୂପେ ଆରକ୍ଷୀ ଅଧିକ୍ଷକ ଜିଆର ରାଘବେନ୍ଦ୍ର ଏବଂ ସମ୍ମିଳନୀ ଅତିଥି ଭାବେ ଏଡିଏମ ଭୀମସେନ ଶବର ଯୋଗଦାନ କରିଥିଲେ। ଓଡିଶାର ମହାପୁରୁଷଙ୍କ ଫୋଟୋ ଚିତ୍ରରେ ପୁଷ୍ପାର୍ପଣ କରି ଦେଶର ଭବିଷ୍ୟତ ବୋଲାଉଥିବା ଛୋଟଛୋଟ କୁନି ଛୁଆ ମାନଂକୁ ଉଦବୋଧନ ପ୍ରଦାନ କରିଥିଲେ। ସେହିପରି ବିଜେଡି ଆଜି ୮୯ତମ ଓଡିଶା ଦିବସ ଓ ୩୨ତମ ନୂଆପଡା ଜିଲ୍ଲା ସ୍ଥାପନା ଦିବସ ଭିନ୍ନ ଢଙ୍ଗରେ ପାଳନ କରିଛି। ଖରିଆର ରୋଡ ଡାକ୍ତରଖାନା, ଥାମସ ଡାକ୍ତରଖାନା, ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜେଲ ଓ ବିଜୁ ପଟ୍ଟନାୟକ ଭିନ୍ନକ୍ଷମ ସ୍କୁଲରେ ଫଳ ବିରତଣ କରାଯାଇଥିଲା। ଏହି ଅବସରରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲାପରିଷଦ ସଭ୍ୟ ଅବନୀ ଯୋଶୀ, ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ, ଯୁବ ବିଜେଡି ନେତା ଜୟ ଢୋଲକିଆ, ବିଜେଡି ଉପ ସଭାପତି ଧନିରାମ ସାହୁ, ବେଲଟୁକୁରୀ ସମିତି ସଭ୍ୟ ନିଲକମଲ ଚନ୍ଦ୍ରକାର, ଜିଲ୍ଲା ସମ୍ପାଦକ ରବି ବାଗ, କାଉନସିଲର ଶିବାନନ୍ଦ ପାତ୍ର, ମଳୟ ମଣ୍ଡଳ, ଗଣେଶ ମାଝୀ, ନଗର ସଭାପତି ଟିଂକୁ ପଣ୍ଡା, ମହମ୍ମଦ ଆବାସ, ଗୋପୀ ସୁନା, ମୁନ୍ନା ସାହୁ, ବାଦଲ ବେହେରା, ରିଷି ପାରଖ, ସାଜନ ବର୍ମା, ଟିକୁ ସାହୁ, ବିରୁ ମହାନନ୍ଦ, ରାଜେଶ ବାଗ, ସଞ୍ଜୟ ବାଗ, ଜ୍ଞାନସିଂ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.