ନୂଆପଡାରୁ ଅଭିନନ୍ଦନ ପଣ୍ଡା ଓ ଖଡ଼ିଆଳରୁ ହିତେଶ ବଗର୍ତ୍ତୀ ବିଜେପି ପ୍ରାର୍ଥୀ 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଚଳିତ ୨୦୨୪ ନିର୍ବାଚନରେ ନୂଆପଡା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ଅଭିନନ୍ଦନ କୁମାର ପଣ୍ଡା। ଆଜି ବିଜେପି ୧୧୨ ଟି ବିଧାନସଭା ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥି ସହିତ ନୂଆପଡା ଜିଲ୍ଲା ଖଡ଼ିଆଳ ବିଧାନସଭାରୁ ହିତେଶ ବଗର୍ତ୍ତୀଙ୍କୁ ବିଜେପି ପ୍ରାର୍ଥୀ କରିଛି। ହିତେଶ ବଗର୍ତ୍ତୀ ବିଜେପିର ତୁଙ୍ଗ ନେତା ହୋଇଥିବା ବେଳେ ଅଭିନନ୍ଦନ ପଣ୍ଡା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କର ସୁପୁତ୍ର ଅଟନ୍ତି। ବିଜେପି ପ୍ରାର୍ଥୀ ତାଲିକା ଘୋଷଣା ପରେ ଗେରୁଆ ଶିବିରରେ ଖୁସିର ଲହରୀ ଖେଳିଯାଇଛି। କର୍ମୀ ମାନଙ୍କ ମଧ୍ୟରେ ଅନେକ ଉତ୍ସହ ଦେଖିବାକୁ ମିଳିଛି। ତେବେ ନୂଆପଡାରେ ଅଭିନନ୍ଦନ ପଣ୍ଡା ଓ ବିଜେଡିର ରାଜେନ୍ଦ୍ର ଢୋଲକିଆଙ୍କ ମଧ୍ୟରେ କଡା ଟକ୍କର ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ସେହିପରି ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ବିଜେଡି ତାର ପ୍ରାର୍ଥୀ ଘୋଷଣା କରି ନ ଥିବା ବେଳେ ଅଧୀରାଜ ପାଣିଗ୍ରାହୀଙ୍କୁ ଟିକଟ ମିଳିବ ଏକ ପ୍ରକାର ନିଶ୍ଚିତ ବୋଲି କର୍ମୀ ମହଲରେ ଚର୍ଚ୍ଚା ହେଉଛି। ବିଜେଡିର ଅଧୀରାଜ ପାଣିଗ୍ରାହୀଙ୍କୁ ଟିକେଟ ମିଳିଲେ ବିଜେପି ଟିକେଟ ପାଇଥିବା ହିତେଶ ବଗର୍ତ୍ତୀଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ଚର୍ଚ୍ଚା କରୁଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ତାର ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ। ନୂଆପଡା ଜିଲ୍ଲା ଆଦିବାସୀ ବହୁଳ ହୋଇଥିବାରୁ ଜଣେ ଆଦିବାସୀଙ୍କୁ ଟିକେଟ ଦିଆଯାଉ ବୋଲି କିଛିଦିନ ପୂର୍ବେ ଆଦିବାସୀ ସଙ୍ଘ ସାମ୍ବାଦିକ ସମ୍ମିଳନୀ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ଜାତୀୟ ଦଳ ଓ ଆଞ୍ଚଳିକ ଦଳ କୌଣସି ଆଦିବାସୀ ନେତାଙ୍କୁ ଟିକେଟ ଦେଇନାହିଁ। ଏପରି ପରିସ୍ଥିତିରେ କଡା ଟକ୍କର କିପରି ହେବ ଏବଂ ଆଦିବାସୀ ଭୋଟ କେଉଁ ଦଳ ସପକ୍ଷରେ ଯିବ ତାହା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.