ବଳଧିଆମାଳଠାରେ ମର୍ମନ୍ତୁଦ ସଡକ ଦୂର୍ଘଟଣା

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ବ୍ଲକ ବଳଧିଆମାଳ ଠାରେ ମର୍ମନ୍ତୁଦ ସଡକ ଦୂର୍ଘଟଣା । ସାଇକେଲ ଆରୋହୀ ଯୁବକ ଙ୍କୁ ଟାଣିନେଲା ହାଇଓ୍ବା । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଭବାନୀପାଟଣା ଓ ଜୟପୁର ମୁଖ୍ୟ ରାସ୍ତା ବଳଧିଆମାଳ ଠାରେ ସାଇକଲ ଚାଳକଙ୍କ ହାଇବା ଧକ୍କାରେ ଦେବାରୁ ସାଇକଲ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।ସାଇକଲ ଚାଳକ ହେଉଛନ୍ତି ବଳଧିଆମାଳ ଗ୍ରାମର ସହଦେବ ନାଏକ ସାଇକଲ ନେଇ ସକାଳେ ଗାଧେଇ ଯାଉଥିବା ବେଳେ ପଛ ପଟୁ OD05F4848 ହାଇବା ଗାଡ଼ିଟି ଧକ୍କା ଦେଇଥିଲା । ଏହାପରେ ପରିବାର ପକ୍ଷରୁ ଉତ୍ତେଜନା ଦେଖା ଦେଇଛି ମୃତ୍ୟଙ୍କ ସହଦେବଙ୍କ ନ୍ୟାୟ ପ୍ରଧାନ ଦାବିରେ ବଳଧିଆମାଳ ଠାରେ ପରିବାର ଓ ଗ୍ରାମବାସୀ ଦ୍ଵାରା ରାସ୍ତା ଅବରୋଧ କରାଯାଇଛି । ରାସ୍ତା ଅବରୋଧ ଫଳରେ ଯାନବାହାନ ଅଟକି ଯାଇଛି ଘଟନା ସ୍ଥଳରେ ଜୁନାଗଡ଼ ପୋଲିସ ପହଞ୍ଚି ପରିବାର ବର୍ଗକୁ ବୁଖା ସୁଝା କରୁଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.