କୋକସରାରେ ବିଜେଡ଼ିର ଯୁବ ସମାବେଶ

କଂଗ୍ରେସ, ବିଜେପିରୁ ଶତାଧିକ କର୍ମୀ ସାମିଲ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): ଗୁରୁବାର କୋକସରା ବଜାର ପଡ଼ିଆଠାରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ବିଜେଡ଼ିର ଯୁବ ସମାବେଶ ଅନୁଷ୍ଠିତ ହୋଇଛି। ସମାବେଶ ପ୍ରାରମ୍ଭରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଦର୍ଶନ କରି ଏକ ବିରାଟ ଶୋଭାଯାତ୍ରା ଧର୍ମଗଡ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଶତାଧିକ ଦଳୀୟ କର୍ମୀଙ୍କ ଗହଣରେ ଶୋଭାଯାତ୍ରାରେ ବାହାରୀ ଠାକୁରାଣୀ ପୀଠ, ହନୁମାନ ମନ୍ଦିର ଓ ଶିବ ମନ୍ଦିର ଆଦି ଦର୍ଶନ କରି ସମାବେଶ ସ୍ଥଳରେ ପହଞ୍ଚିଥିଲେ। ଉକ୍ତ ସମାବେଶରେ କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ, ଧର୍ମଗଡ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ, ବିଧାୟକ ମୌଷଧୀ ବାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରୀ, ଡାକେଶ୍ବର ଲହଜଲ, ବିଜେଡ଼ି ରାଜ୍ୟ ପରିଷଦ ସଦସ୍ୟ ଡ଼ଃ ଭବାନୀଶଙ୍କର ନିଆଲ, ଧର୍ମଗଡ ନିର୍ବାଚନ ମଣ୍ଡଳୀ ବିଜେଡ଼ି ସଭାପତି ମାନସ ରଞ୍ଜନ ବାଗ, ରାଜ୍ୟ ଏସସିସେଲ ସାଧାରଣ ସମ୍ପାଦକ ଧବଳେଶ୍ଵର ନାଗ, କୋକସରା ସରପଞ୍ଚ କିଶୋର ପ୍ରାଧାନୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କ୍ରମରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ତଥା ପୂର୍ବତନ କୋକସରା ବ୍ଳକ ସଭାପତି ରାଜେନ୍ଦ୍ର ନାଏକ, ଘନଶ୍ୟାମ ଜାଲ, ରତନ ନାଏକ, କଂଗ୍ରେସ ଆଇଟି ସେଲ ଚେୟାରମେନ ଗଣେଶ ଭାଟି, ହରେକୃଷ୍ଣ ନାଏକ, ମନ୍ମଥ କୁମାର ମାଝୀ, ଜଗମୋହନ ଗୋପାଳ, ବିଜେପିରୁ ରଜନୀ ପଣ୍ଡା ସମେତ ବିଭିନ୍ନ ଦଳରୁ ଶତାଧିକ କର୍ମୀ ବିଜେଡ଼ି ଦଳରେ ସାମିଲ ହୋଇଥିଲେ। ଦଳ ପକ୍ଷରୁ ସେମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଥିଲା। କୋକସରା ବ୍ଳକ ଯୁବ ବିଜେଡି ସଭାପତି ହେମନ୍ତ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା। ମଞ୍ଚ ସଂଯୋଜନା ପଙ୍କଜ ମୁଖ ଚୌଧୁରୀ କରିଥିବାବେଳ ବ୍ଳକ ବିଜେଡି ସମ୍ପାଦକ ପଞ୍ଚକ ପୋଢ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମହେଶ ଗୁପ୍ତା, ରବି ଦାସ, ଛାତ୍ର ବିଜେଡ଼ି ବ୍ଳକ ସଭାପତି ମାନସ ରଞ୍ଜନ ବେହେରା, ସୁରେଶ ଚନ୍ଦ୍ର ସାହୁ, ଭବେଶ ଗଇନ୍ତା, ଦିନକୃଷ୍ଣ କୋଲଥିଆ ସମେତ କୋକସରା ବ୍ଲକର ୨୨ଗୋଟି ପଞ୍ଚାୟତରୁ ଶତାଧିକ ଦଳୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.