ଭଇଁରିପାଲି ଗ୍ରାମରେ ବସୁଧା ଜଳ ଯୋଗାଣ ବନ୍ଦ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ଭଇଁରି ପାଲି ଗ୍ରାମ ପଞ୍ଚାୟତ ସମ୍ମୁଖରେ ଥିବା ପାନୀୟ ଜଳ ପ୍ରକଳ୍ପ ର ଡିପ୍ ବରୱେଲ ଧସିଯାଇ ଦୀର୍ଘ ପାଞ୍ଚ ବର୍ଷ ହେବ ପୋତି ହୋଇଯାଇଛି।ଯାହାରି ଫଳରେ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ଯାଇଥିବାରୁ ଗ୍ରାମବାସୀ ପାଣି ପାଇଁଁ ଘୋର ଅସୁବିଧାର ସମ୍ମୁଖିନ ହେବା ର ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ ଯେ ଗ୍ରାମ ର ଜନସଂଖ୍ୟା ପ୍ରାୟ ତିନିହଜାର ଥିବାବେଳେ ଏହି ଗ୍ରାମ କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୨୦୧୫ ମସିହା ରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୫୫ ଲକ୍ଷ ଟଙ୍କା ଏକ ବାରୱେଲ ଖୋଲାଯିବା ସହିତ ଓଭରହେଡ ଟାଙ୍କି ନିର୍ମାଣ କରାଯାଇ ପ୍ରତ୍ୟେକ ପଡା କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା।କିଛି ବର୍ଷ ଗଲାପରେ ବରୱେଲ୍ ଧସିଯାଇ ଜଳଯୋଗାଣ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିଲା। ତେବେ ପାନୀୟ ଜଳ ସମସ୍ୟାର ସମାଧନ ପାଇଁ ପୂର୍ବତନ ସରପଂଚ କୁଞ୍ଜବିହାରୀ ରାଉତ ଙ୍କ ସହିତ ଗ୍ରାମ ର ବରିଷ୍ଠ ବ୍ୟକ୍ତି ବିଶେଷ ନିର୍ବାଚିତ ଜନ ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ଙ୍କୁ ବହୁବାର ଅଭିଯୋଗ ପରେ ଗ୍ରାମ ର ଶରଦାପୁର ନିକଟରେ ଦୁଇଟି ଗଭୀର ନଳକୂପ ଖୋଲାଯାଇଥିଲା।ହେଲେ ସେଥିରୁ ପାଣି ବାହାରି ନ ଥିଲା। ପୁଣି ହାଇସ୍କୁଲ ନିକଟ ରେ ଗୋଟିଏ ଏବଂ ଗ୍ରାମ ର ବିଦ୍ୟାଳୟ ପରିସରରେ ଗଭୀର ନଳକୂପ ଖୋଲାଯାଇଥିଲା କେବଳ ହାଇସ୍କୁଲ ପରିସରରେ ଖୋଲା ଯାଇଥିବା ନଳକୂପ ରୁ ପାଣି ବାହାରି ଥିବା ସୁଚନା ମିଳିଛି ସେହି ନଳକୂପ ରୁ ବର୍ତ୍ତମାନ ସୁଦ୍ଧା ଜଳଯୋଗାଣ ପାଇଁ ବ୍ୟବସ୍ଥା କରାଯାଇ ନାହିଁ। ଅନ୍ୟପକ୍ଷରେ ଗ୍ରାମରେ ଥିବା ପୋଖରୀ ର ପୁନରୁଦ୍ଧାର ପାଇଁ ପାଣି କଟା ଯାଇଥିବାରୁ ଗ୍ରାମବାସୀ ସ୍ନାନ ଶୌଚ ପାଇଁ ଦୁଇ କି,ମି ଦୂରରେ ଥିବା କେନାଲ ପାଣି ଉପରେ ନିର୍ଭର କରୁଛନ୍ତି। କେନଲ ପାଣି ବନ୍ଦ ହେବା ପରେ ଘୋର ଅସୁବିଧାର ସମ୍ମୁଖୀନ ହେବେ ବୋଲି ଗ୍ରମର ଲୋକ କହୃଛନ୍ତି। ଆଗକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆସୁଥିବା ରୁ ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ମରାମତି କରି ଜଳଯୋଗାଣ ଚାଲୁକରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.