ସାମାଜରେ ଶପଥ ଗ୍ରହଣ ସମାରୋହ କରି ବଳ ଗୋଟାଉଛି ଆଦିବାସୀ ସମାଜ

ପ୍ରତି ଆଦିବାସୀଙ୍କ ଘରୁ ଏକ କେଜି ଚାଉଳ, ୫୦ ଟଙ୍କା ଓ ହଳଦୀ ଖଣ୍ଡ ଦାନ ସ୍ୱରୂପ ସଂଗ୍ରହ ହେବ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ବିଧାନସଭା କ୍ଷେତ୍ରରେ ସାମାଜରେ ଶପଥ ଗ୍ରହଣ ସମାରୋହ କରି ଆଦିବାସୀ ସମାଜ ବଳ ଗୋଟାଇବାରେ ଲାଗିଛି। ଆଗାମୀ ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ତିନି ପ୍ରମୁଖ ପ୍ରାର୍ଥୀଙ୍କ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାରି ପଡିପାରନ୍ତି ବୋଲି ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି। କୋମନା ବ୍ଲକ ମିଛାପାଲି ଗାଁରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆପଡା ବିଧାନସଭାରେ ୧ ଲକ୍ଷ ୩ ହଜାର ଆଦିବାସୀ ଭୋଟର୍ସ ଅଛନ୍ତି। ହେଲେ ସବୁ ଦଳ ଆଦିବାସୀ ନେତୃତ୍ୱକୁ ଅଣଦେଖା କରିଛନ୍ତି। ବିଗତ ଦିନରେ ଜିଲ୍ଲାର ୧୨ ଆଦିବାସୀ ସମାଜ ଏକତ୍ରିତ ହୋଇ ଶକ୍ତି ପ୍ରଦର୍ଶନ କରିବା ସହିତ ଘାସିରାମ ମାଝୀଙ୍କୁ ସ୍ୱାଧୀନ ପ୍ରାର୍ଥୀ ରୂପେ ଘୋଷଣା କରିଥିଲେ। ଏହି ବୈଠକରେ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ବିରୋଧରେ ଆଦିବାସୀ ଲଢେଇ କରିବେ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଶପଥ ନେଇଛନ୍ତି। କୋମନା ଓ ନୂଆପଡା ବ୍ଲକର ସର୍କଲ ସ୍ତରରେ ସଭା ସମିତି କରି ଘାସିରାମ ମାଝୀଙ୍କ ପାଇଁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ନିର୍ବାଚନ ମଣ୍ଡଳୀର ପ୍ରତି ଆଦିବାସୀଙ୍କ ଘରୁ ଏକ କେଜି ଚାଉଳ, ୫୦ ଟଙ୍କା ଓ ହଳଦୀ ଖଣ୍ଡ ଦାନ ସ୍ୱରୂପ ସଂଗ୍ରହ ହୋଇଛି। ସମାଜର ପୁରୁଷ ଓ ମହିଳା କୌଣସି ରାଜନୈତିକ ଦଳର ସମର୍ଥନ, ପ୍ରଚାର ନ କରିବାକୁ ଶପଥ ପାଠ କରିଛନ୍ତି। ଯଦି ଏହା କଲେ କିମ୍ବା ସମାଜର ନିୟମ ଅବମାନନା କଲେ ତେବେ ସମାଜରୁ ବାସନ୍ଦ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି। ଗଣ୍ଡ ସମାଜ ଜିଲ୍ଲା ସଭାପତି ଦିବ୍ୟ ସିଂ ମାଝୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ, ଖାମ ସିଂ ମାଝୀ, ଭାନୁ ପ୍ରତାପ ସିଂ ମାଝୀ, ସୋମନାଥ ଖମାରି, ମହିଳା ନେତ୍ରୀ ସରୋଜିନୀ ମାଝୀ, କମଲେଶ ସିଂ ଠାକୁର, ଭକ୍ତ ବନ୍ଧୁ ଧରୁଆ, ହେମଦେବ ମାଝୀ, ଅନୁପ ସିଂ ମାଝୀ, ବଂଶୀଧର ଧରୁଆ, ସନ୍ତରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.