ବିଜେଡ଼ି ବିଧାୟକ ପ୍ରାର୍ଥୀଙ୍କ ଘର ଘର ପ୍ରଚାର

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକରେ ଶନିବାର ବିଜେଡ଼ିର ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ପ୍ରଚାର ଆରମ୍ଭ କରିବା ସହ ଲୋକଙ୍କ ନିକଟତର ହୋଇଛନ୍ତି। ତୁନଗାଁଠାରେ ଆରମ୍ଭ କରି କନ୍ଦାବୁଟୁରା, ଘୁର୍ଲୁଗୁଡା, ଧନସରା, ଗତାବନ୍ଦ, ସିର୍ଲିଗୁଡା, ଫୁପଗାଁ, ମଧୁପୁର, ଚିଲଡଙ୍ଗରୀ, କାଶିବାହାଲ ଆଦି ଗ୍ରାମରେ ନିଜର ଶହ ଶହ କର୍ମୀଙ୍କ ଗହଣରେ ରୋଡ୍ ଶୋ କରିବା ସହ ବିଭିନ୍ନ ସ୍ଥାନରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବିଧାୟକ ପ୍ରାର୍ଥୀ ଶ୍ରୀସିଂଦେଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ନେଇ ଭୋଟ ଭିକ୍ଷା କରିଥିଲେ। ଆଜିର ଏହି ପ୍ରଚାର ସମୟରେ କୋକସରା ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବ୍ଳକ ବିଜେଡି ସଭାପତି ସୁଶାନ୍ତ ବେହେରା, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ବିସଭାପତି ମାନସ ରଞ୍ଜନ ବାଗ, ଡାକେଶ୍ୱର ଲହଜଳ, ସୋନୁ ଅଗ୍ରୱାଲ, ରବି ଦାସ, ସଞ୍ଜୟ ସିଙ୍ଗଲ, ପଙ୍କଜମୁଖ ଚୌଧୁରୀ, ସନ୍ତୋଷ ଦାସ ସମେତ ଶତାଧିକ ଦଳୀୟ କର୍ମୀମାନେ ସାମିଲ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.