କମଳ ଚରଣ ତାଣ୍ଡି ହେଲେ କଂଗ୍ରେସର ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଖଡ଼ିଆଳ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ପ୍ରଦେଶ କଂଗ୍ରେସ କମିଟି। କମଳ ଚରଣ ତାଣ୍ଡି ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ଖଡ଼ିଆଳ ନିବାସୀ ଶ୍ରୀ ତାଣ୍ଡି ଦୀର୍ଘ ବର୍ଷରୁ କଂଗ୍ରେସ ଏକ ଦକ୍ଷ ଓ ସକ୍ରିୟ କାର୍ଯ୍ୟକର୍ତ୍ତା ରହି ଲୋକଙ୍କ ସେବା କରି ଆସୁଥିଲେ। ଠିକ୍ ସେହିପରି ସେ ଦଳିତ ଅଧିକାର ମଞ୍ଚ ଗଠନ କରି ରାଜ୍ୟ ସଭାପତି ଭାବେ ତୃଣମୂଳ ସ୍ତରରେ ଲୋକଙ୍କ ବିଭିନ୍ନ ମୌଳିକ ସୁବିଧା ପାଇଁ ଅହରହ ଲଢେଇ କରି ଆସିଛନ୍ତି। ତାଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ପରେ କଂଗ୍ରେସ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି। ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ଅଧୀରାଜ ପାଣିଗ୍ରାହୀ ଏବଂ ବିଜେପିରୁ ହିତେଶ ବଗର୍ତ୍ତୀଙ୍କ ସହିତ ଶ୍ରୀ ତାଣ୍ଡିଙ୍କର କଡା ଟକ୍କର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.