‘ନବୀନ ପଟ୍ଟନାୟକଙ୍କ ବିକାଶକୁ ସମ୍ମାନ ଦେବେ ଭୋଟର୍ସ’

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ୪ର୍ଥ ଦଳୀୟ ଟିକେଟ ପାଇ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଆସନ୍ତା ୨୦୨୪ ନିର୍ବାଚନ ପାଇଁ ପ୍ରଚାର ଆରମ୍ବ କରିଦେଇଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ବିଜେପି ଭେଟେରାନ ନେତା ବସନ୍ତ ପଣ୍ଡାଙ୍କ ସୁପୁତ୍ର ଅଭିନନ୍ଦନ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଖୁଦ ପିସିସି ମୁଖିଆ ଏଠାରେ ନିର୍ବାଚନ ମଇଦାନରେ ଲଢ଼ିବେ। ନୂଆପଡା ବିଧାନସଭାରେ ଏକ ବିଗ ଫାଇଟ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟ ପଟେ ଦଳୀୟ ଟିକେଟ ଆଶାୟୀ ପ୍ରାର୍ଥୀଗଣ ସ୍ୱାଧୀନ ପ୍ରାର୍ଥୀ ହୋଇ ନିର୍ବାଚନ ମଇଦାନରେ ଦଳୀୟ ପ୍ରାର୍ଥୀଙ୍କୁ ପରାସ୍ତ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଆଦିବାସୀ ସମର୍ଥିତ ପ୍ରାର୍ଥୀ ଘାସିରାମ ମାଝୀ ଦଳୀୟ ପ୍ରାର୍ଥୀଙ୍କୁ କଡା ଟକ୍କର ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ବିଜେପିର ପ୍ରସନ୍ନ କୁମାର ପାଢ଼ୀ ସ୍ୱାଧୀନ ପ୍ରାର୍ଥୀ ହେଲେ ଉଭୟ ବିଜେପି ଓ ବିଜେଡିର ଅଙ୍କ କଷା ଫେଲ ମାରିବା ବୋଲି ଆକଳନ କରାଯାଉଛି। ତେବେ ଏ ସବୁକୁ ଖାତିର ନକରି ବିଜେଡି ତା’ର ପ୍ରଚାର ପ୍ରଥମେ ୨ ଟି ଏନଏସି, ୨ ଟି ବ୍ଲକରେ ମହିଳା ସମାବେଶ କରି ଜୋନ ସ୍ତରୀୟ ପ୍ରସ୍ତୁତି ବୈଠକ ମଧ୍ୟ କରିସାରିଛି। ବର୍ତ୍ତମାନ ବିଜେଡି ପ୍ରତ୍ୟେକ ପଂଚାୟତର ସମସ୍ତ ଗାଁକୁ ଯାଇ ନବୀନ ପଟ୍ଟନାୟକଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇ ତାର ସମସ୍ତ କର୍ମୀଙ୍କୁ ଉତ୍ସାହିତ କରିବାରେ ଲାଗିଛି। ଏହି ପରିପେକ୍ଷୀରେ କୋମନା ବ୍ଲକ ଲଖନା ଓ ମୁଣ୍ଡାପଲା ପଂଚାୟତ କଟାପଡ଼ା, ମେଣ୍ଡାଟାଲ, ଡେଡେଙ୍ଗା, ଡ଼ଙ୍ଗରପଡ଼ା, ମୁର୍ରୀବାହାଲି, ସାଲେପଡ଼ା, ବଙ୍ଗମୁଣ୍ଡା, ବଲକିମହୁଲ, ମୁଣ୍ଡାପଲା, ଚନାମୁଣ୍ଡା, ଝରିଆପଡ଼ା, କୁସୁମପଡ଼ା, କୁକରିମୁଣ୍ଡି, ପୁରୁଣାବସ୍ତି ଲଖନା ଗାଁ ଗୁଡିକୁ ଯାଇ ନିର୍ବାଚନ ପ୍ରଚାର କରିଥିଲେ। ନବୀନ ପଟ୍ଟନାୟକଙ୍କ ବିକାଶକୁ ସମ୍ମାନ ଦେବେ ଭୋଟର୍ସ ବୋଲି ରାଜେନ୍ଦ୍ର ଢୋଲକିଆ ପ୍ରକାଶ କରିଥିଲେ। ଜୋନ ୨ ଜିଲ୍ଲାପରିଷଦ ସଭ୍ୟ ଅବନୀ ରଂଜନ ଯୋଶୀ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ବିଜେଡି ନେତା ଗୁପ୍ତେଶ୍ୱର କୁମ୍ଭାର, ଯୁବ ନେତା ସନ୍ଦେଶ ଢୋଲକିଆ, ଅଜୟ ଗହୀର, ରଫିକ ଭାଇ, ପୁରନ୍ଦର ସାହୁ, ଗୁଡ଼ୁ ଖାନ, ଗଣ୍ଡାମେର ସମିତି ସଭ୍ୟ କେଶବ ନିଆଲ, ସିଆଲଟି ସମିତି ସଭ୍ୟ ଚନ୍ଦୁଲାଲ ନାୟକ, ମୁଣ୍ଡାପଲା ସମିତି ସଭ୍ୟ ଧନିରାମ ମାଝୀ, ଦେଓଦରା ସମିତି ସଭ୍ୟ ଶୋଭାରାମ ମାଝୀ, କୁରୁମପୁରି ସମିତି ସଭ୍ୟ ପ୍ରତିନିଧି ଉପାସୁ ସୁନାନୀ, ଧୋଲାମୁଣ୍ଡା ସମିତି ସଭ୍ୟ ବିଶମ୍ବର ମାଝୀ, ପଲସିପାଣି ସରପଞ୍ଚ ଗଙ୍ଗାରାମ ମାଝୀ, ଠିକପାଲି ସରପଞ୍ଚ ପ୍ରତିନିଧି ପ୍ରେମ ତାଣ୍ଡି, କୁରୁମପୁରି ସରପଞ୍ଚ ପ୍ରତିନିଧି ଚନ୍ଦ୍ର ତାଣ୍ଡି, ବରିଷ୍ଠ ନେତା ଭୁବନେ ନାୟକ, ବ୍ରହ୍ମ ସୁନାନୀ, ତରବୋଡ଼ ସମିତି ସଭ୍ୟ ଯୁଗଳ ସାହୁ, ଦୁଷ୍ମନ୍ତ ମାଝୀ, ମୋଟାରାମ ମାଝୀ, ନିଲ ସାହୁ, ଭରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.