ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): କୋକସରା ବ୍ଲକ କୁମୁଡାମୁଣ୍ଡା ମା’ ମାଉଲି ଯୁବକ ସଂଘ ତରଫରୁ ସୋମବାର ଗ୍ରାମାଞ୍ଚଳ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ ହୋଇଛି। ଉଦଘାଟନୀ ଉତ୍ସବରେ ଅଧ୍ୟାପକ ଐରୀନାଶନ ଚିନ୍ଦା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିଥିଲେ। ଉଦଘାଟନୀ ମ୍ୟାଚ ଲିଗେଣ୍ଡ ୧୧ କୁମୁଡାମୁଣ୍ଡା ଓ କୂଳେରଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଲିଗେଣ୍ଡ ୧୧ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ବିନିମୟରେ ୧୦୬ ରନ୍ ସଂଗ୍ରହ କରିଥିଲା। ଜବାବରେ କୂଳେରଗୁଡା କ୍ରିକେଟ ଟିମ୍ ୮୨ରନ ସଂଗ୍ରହ କରି ଅଲଆଉଟ ହୋଇଥିଲା। ତେବେ ୨୪ ରନ୍ ରେ ଲିଗେଣ୍ଡ ୧୧ କୁମୁଡାମୁଣ୍ଡା ଉଦଘାଟନି ମ୍ୟାଚ୍ ବିଜୟୀ ହୋଇଛି। ଅମ୍ପିଆର ଭାବେ ଅନିଲ କୁମାର ନାଏକ ଓ ସୌରଭ ରଞ୍ଜନ ସରାବୁ ଖେଳ ପରିଚାଳନା କରିଥିଲେ। ସ୍କୋରର ଭାବେ ପ୍ରଣୟ ନାଏକ ଦାଇତ୍ୱ ତୁଲେଇ ଥିବାବେଳେ ପିଣ୍ଟୁ ନାଏକ ଧାରାବିବରଣୀ ପ୍ରଦାନ କରିଥିଲେ। ଗ୍ରୀଷ୍ମ ପ୍ରଭାବକୁ ଆଖି ଆଗରେ ରଖି ପ୍ରତ୍ୟେକ ଦିନ ଅପରାହ୍ନ ୩ଟା ୩୦ ମିନିଟ୍ ରେ ଏହି ଖେଳ ହେବା ପାଇଁ ଯୁବକ ସଂଘ ତରଫରୁ ସୂଚନା ଦିଆଯାଇଛି। କୁମୁଡାମୁଣ୍ଡା ଗ୍ରାମବାସୀ ଉପସ୍ଥିତ ରହି ପରିଚାଳନାରେ ସହେଯାଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.