ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲା ସ୍ତରୀୟ ଜନ୍ମଜୟନ୍ତୀ ପାଳିତ 

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଅଲ୍ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନ୍ (ଏଓଏସସିଏଫ୍) ଓ ହେଲ୍ପିଙ୍ଗ ହ୍ୟାଣ୍ଡ ଗୃପ ର ମିଳିତ ଆନୁକୂଲ୍ୟରେ ବାବାସାହେବ ଆମ୍ବେଦକରଙ୍କ ୧୩୩ ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ୧୦ ଘଣ୍ଟା ସମୟରେ ମୋଟର ସାଇକେଲ ରାଲି ରେ ବାହାରି ସହରସ୍ଥିତ ସମସ୍ତ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ନଗର ପରିକ୍ରମା କରା ଯାଇଥିଲା। ପରେ ସନ୍ଧ୍ୟା ସମୟରେ ଗୌନ୍ତିଆ ପଡା ସ୍ଥିତ କୁମ୍ଭ ଗଛ ପଡିଆ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଏଓଏସସିଏଫ୍ ର ଉପଦେଷ୍ଟା ତଥା ଅବସରପ୍ରାପ୍ତ ଜେଲ୍ ସୁପରିଣ୍ଟେଡେଣ୍ଟ ପ୍ରେମାନନ୍ଦ ବାଗ, ଗୋବର୍ଦ୍ଧନ ବାଗ, ପୂର୍ବତନ ବ୍ୟାଙ୍କ ଅଧିକାରୀ ଗଜମନ ନାଏକ, ସମାଜସେବୀ ରାଜେନ୍ଦ୍ର ଭାରତୀ, ଏଓଏସସିଏଫ୍ ର ଜିଲ୍ଲା ସଭାପତି ଶ୍ରୀବତ୍ସ ତାଣ୍ଡି, କାର୍ଯ୍ୟକାରୀ ସଭାପତି ଋଷିସୂଦନ ଛତ୍ରପାଲ, ମହାସଚିବ ସୂର୍ଯ୍ୟ ନାରାୟଣ କୁମାର, ବସନ୍ତ ନାଏକ, ବିଭୀଷଣ ନାଏକ, ସମାଜସେବୀ ଧର୍ମେନ୍ଦ୍ର ନାଏକ, ଦେବରାଜ ଛତ୍ରିଆ,ରଜନୀକାନ୍ତ ସମର୍ଲିଆ ଓ ଜିଲ୍ଲା ହେଲ୍ପିଙ୍ଗ ହ୍ୟାଣ୍ଡ ଗୃପର ସଭାପତି ଚନ୍ଦନ ନାଏକଙ୍କ ସମେତ ସମସ୍ତ ସଦସ୍ୟ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ପରେପରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ କୃତିତ୍ୱ ଅର୍ଜ୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରା ଯାଇଥିଲା । ଏମାନଙ୍କ ମଧ୍ୟରେ ଶହୀଦ ତନୁର୍ଜ୍ୟ ଦୁରିଆ ଙ୍କ ପରିବାରଙ୍କୁ ସମ୍ମାନୀତ କରାଯାଇଥିଲା। ତତ୍ ସହିତ ପୋଲିସ ବିଭାଗରେ କାର୍ଯ୍ୟରତ ପ୍ରକାଶ ସାଗର,ସାମନ୍ତ ଦୁର୍ଗା, ନବ ନିର୍ବାଚିତ ବାର୍ ଆସୋସିଏସନ୍ ଉପ ସଭାପତି ଗଣପତି ନାଏକ,ସହସମ୍ପାଦକ ସୁଧାଂଶୁ ନାଏକ ଙ୍କୁ ସଂଗଠନ ପକ୍ଷରୁ ସମ୍ମାନୀତ କରାଯାଇଥିଲା। ପରେ ଅତିଥି ମାନେ ବାବାସାହେବଙ୍କ ଜୀବନୀ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିବା ସହିତ ଦେଶ ଗଠନରେ ତାଙ୍କର ଭୂମିକା ଉପରେ ନିଜ ନିଜ ମତବ୍ୟକ୍ତ କରିଥିଲେ । ଏହାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶାନ୍ତନୁ ଶଗଡ଼ିଆ ଙ୍କ ଦ୍ଵାରା ନିର୍ଦ୍ଦେଶିତ ବଜାଶାଳ ଚିତ୍ତାକର୍ଷକ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଯୋଗେଶ୍ଵର ସାଗର, ବୈକୁଣ୍ଠ ବେମାଲ, ସ୍ନେହଲତା ଦୁର୍ଗା ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସଂଗଠନର କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.