ରୁପ୍ରାରୋଡ ଗାୟତ୍ରୀ ଶକ୍ତିପୀଠରେ ଚୈତ୍ର ନବରାତ୍ର ପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଗାୟତ୍ରୀ ଶକ୍ତି ପୀଠ ଠାରେ ଚାଲିଛି ଚୈତ୍ର ନବରାତ୍ର ପୂଜା। ନବ ଦିନ ବ୍ୟାପୀ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅନେକ ଶ୍ରଦ୍ଧାଳୁ ସାମିଲ ହେଉଛନ୍ତି। ପ୍ରତ୍ୟହ  ଜପ, ଜାଗରଣ, ଆରତୀ ଆଦି କାର୍ଯ୍ୟକ୍ରମ ସହ ୫ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆୟୋଜିତ ହୋଇଛି। ଗତ ଅପ୍ରେଲ ୯ରୁ ଆରମ୍ଭ ହୋଇଥିବା ଏହି ପୂଜା ୧୭ ତାରିଖରେ ପୂର୍ଣ୍ଣାହୁତି ସହ ସମାପନ ହେବ। ୧୬ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ଦୀପ ଯଜ୍ଞ ଓ ବୁଧବାର ମଧ୍ୟାହ୍ନରେ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ରୁପ୍ରାରୋଡ ଗାୟତ୍ରୀ ପରିବାରର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ସଂଚାଳକ ପ୍ରେମାନନ୍ଦ ପଧାନ, ଟୁନୁ ଗଡତିଆ, ନିତ୍ୟାନନ୍ଦ ମହାନ୍ତି, ବ୍ୟବସ୍ଥାପକ ଅନିଲ ଅଗ୍ରୱାଲ (ହାର୍ଡୱେର) ସହାୟତା କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.