ବଳ ଗୋଟାଉଛନ୍ତି ସ୍ୱାଧୀନ ପ୍ରାର୍ଥୀ ପ୍ରଦୀପ ନାଏକ: ୨୪ରେ ପ୍ରାର୍ଥପତ୍ର ଦାଖଲ ପାଇଁ ସଜବାଜ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦୀର୍ଘ ୩୦ ବର୍ଷ ଧରି ବିଜେପିରେ କାମ କରି ନିଜସ୍ଵ ମଜବୁତ ସଙ୍ଗଠନ ତିଆରି କରିବାରେ ସଫଳ ହୋଇଛନ୍ତି ପ୍ରଦୀପ ନାଏକ। ପାର୍ଟି ବିଭିନ୍ନ ପଦ ପଦବୀରେ ତାଙ୍କୁ ଦାୟୀତ୍ବ ଦେଲା। ଦଳୀୟ ସଙ୍ଗଠନ ଅଭିବୃଦ୍ଧି ପାଇଁ ଦିନ ରାତି ଏକ କରି ନିଷ୍ଠାପର ଭାବରେ ପାର୍ଟି ପାଇଁ କାମ କଲେ। ନର୍ଲାରେ ବିଜେପିର ସ୍ଥିତି ଜାହିର କରିବାରେ ସଫଳ ହେଲେ। ୨୦୦୯ ରେ ସୀମା ପୁନଃ ନିର୍ଦ୍ଧାରଣ ପରେ ନର୍ଲା ସଂରକ୍ଷିତ ବିଧାନ ସଭା ଆସନ ଅଣସଂରକ୍ଷିତ ହେଲା। ନିଜ ଅଞ୍ଚଳର ବିକାଶ ପାଇଁ ବିଜେପି ଟିକେଟରେ ନର୍ଲା ଆସନରୁ ନିର୍ବାଚନ ଲଢ଼ିବା ନିମନ୍ତେ ଦଳ ର ମୁରବୀ ମାନଙ୍କୁ ମନକଥା ଖୋଲି କହିଲେ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ଭାବରେ ରାଜ୍ୟ ଆରଏସଏସ ମୁଖିଆ ମାନେ ମଧ୍ୟ ତାଙ୍କୁ ଆଶ୍ୱାସନା ଦେଇ ଦେଇ ଶେଷରେ ପ୍ରତାରିତ କଲେ। ଏଣୁ ନିଜେ ଗଢିଥିବା ସଂଗଠନର କର୍ମକର୍ତ୍ତା ମାନଙ୍କ ଅନୁରୋଧ କ୍ରମେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିବା ପାଇଁ ନିଷ୍ପତି ନେଇ ଏବେ କର୍ମୀ ସମ୍ମିଳନୀ କାମରେ ଲାଗି ପଡିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ନାଏକ। ଏହି କ୍ରମରେ ଆଜି ଅପରାହ୍ନ ୫ ଟା ବେଳେ ବାଗପୁର ଗ୍ରାମ ପଞ୍ଚାୟତର ଜାମପଡ଼ା ଠାରେ ଓ ସନ୍ଧ୍ୟା ୭ ଘଣ୍ଟା ସମୟରେ ନିଜ ଗାଁ ସର୍ଗିଗୁଡା ଯୁବକ ମାନଙ୍କୁ ନେଇ କର୍ମୀ ସମ୍ମିଳନୀ କରିବା ସହ ୨୪/୪ ବୁଧବାର ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ କର୍ମୀଙ୍କୁ ନେଇ ଯିବାପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ରଣାଙ୍ଗନକୁ ଦମ୍ଭ ର ଓହ୍ଲାଇ ସାରିଛନ୍ତି ପ୍ରଦୀପ ନାଏକ। ଏବେ ଲଢେଇ ପାଇଁ ବଳ ଗୋଟାଉଛନ୍ତି ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ନାଏକ। କର୍ମୀ ସମ୍ମିଳନୀକୁ ଜୋରଦାର କରିବାରେ ଲାଗି ପଡିଛନ୍ତି ଶ୍ରୀ ନାଏକ।ନର୍ଲା ବିଧାନ ସଭା କ୍ଷେତ୍ରର ତୃଣମୂଳ ସ୍ତରରେ ମୋର ସଙ୍ଗଠନ ମଜବୁତ ରହିଛି। ବିପୁଳ ଭୋଟ ରେ ମୋର ବିଜୟ ସୁନିଶ୍ଚିତ ବୋଲି କହୁଛନ୍ତି ସ୍ୱାଧୀନ ପ୍ରାର୍ଥୀ ପ୍ରଦୀପ ନାଏକ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.