ଡୁମେରଗୁଡ଼ା ଡଙ୍ଗାବାହାଲ ଶ୍ରୀରାମ ଲୀଳା; ଦ୍ୱିତୀୟ ରଜନୀରେ ବିପୁଳ ଦର୍ଶକଙ୍କ ସମାଗମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଡ଼ମ୍ କର୍ଲାଖୁଣ୍ଟା ପଞ୍ଚାୟତ ର ଡୁମେର ଗୁଡ଼ା ଡଙ୍ଗା ବାହାଲ ଶ୍ରୀ ରାମ ଜୀଉ ନାଟ୍ୟ କଳା ପରିଷଦ ତରଫରୁ ୭୩ ତମ ବର୍ଷ ଦ୍ୱିତୀୟ ରଜନୀ ର ଶ୍ରୀ ରାମ ଲୀଳା ନାଟକ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ପରିଚାଳକ ସୁଦାମ ପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଦ୍ବିତୀୟ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ମ,ରାମପୁର ବ୍ଲକ୍ କଳାକାର ସଂଘ ଉପ ସଭାପତି ତଥା ବରିଷ୍ଠ କଳାକାର ଶ୍ରୀପତି ପଟ୍ଟନାୟକ , ସମ୍ମାନୀତ ଅତିଥି ନାଟ୍ୟକାର, ନିର୍ଦେଶକ ପଣ୍ଡିତ ସୁରେନ୍ଦ୍ର ମିଶ୍ର ଯୋଗ ଦେଇ ଥିବା ବେଳେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ସଭା କାର୍ଯ୍ୟ ପରେ ଦ୍ୱିତୀୟ ରଜନୀ ର ନାଟକୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଅଭିନୀତ ନାଟକ ରେ ରାମ : ପୁଷ୍ପେନ୍ଦ୍ର ସାହୁ, ଲକ୍ଷ୍ମଣ : ମାନସ ରଞ୍ଜନ ପଧାନ, ସୀତା: ନୀବାସ ପାତ୍ର, ଦଶରଥ: ହରିହର ପାତ୍ର, ବିଶ୍ଵାମିତ୍ର: ମନୋହର ପାତ୍ର ଭୂମିକା ରେ ଜୀବନ୍ତ ଅଭିନୟ କରି ଦର୍ଶକ ଙ୍କୁ ନାଟକ ର ଶେଷ ପର୍ଯ୍ୟନ୍ତ ବାନ୍ଧି ରଖି ପାରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ପରିଷଦ ର ସଭାପତି ଭୀଷ୍ମ ସାହୁ,ସମ୍ପାଦକ ତୋଫାନ ଭୋଇ,ବରିଷ୍ଠ ସଦସ୍ୟ ଗଣେଶ ସାହୁ, ଜନ୍ମେଜୟ ବିଶ୍ଵାଳ, ବଦ୍ରୀ ନାରାୟଣ ନାଏକ, ଜନକ ଧାରୀ ପଧାନ ସହଯୋଗ କରିଥିଲେ । ଦ୍ୱିତୀୟ ରଜନୀ ରେ ଶିବ ଧନୁ ଭଗ୍ନ, ତାଡକା ରାକ୍ଷସୀ ବଧ,ଅହଲ୍ୟା ଉଦ୍ଧାର ଆଦି ଦୃଶ୍ୟ ମଞ୍ଚାୟନ ହୋଇଥିଲା । ଚଳିତ ବର୍ଷ ଏହି ରାମ ଲୀଳା ମହୋତ୍ସବ ୯ ଦିନ ଧରି ମହା ସମାରୋହ ରେ ଅନୁଷ୍ଠିତ ହେବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.