ନର୍ଲାରେ କଂଗ୍ରେସର ନିର୍ବାଚନୀ ସଭା ଓ ମିଶ୍ରଣ ପର୍ବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ସହରର ଧାନ ମଣ୍ଡି ପଡ଼ିଆ ଠାରେ ରବିବାର ଆୟୋଜିତ ହୋଇଛି କଂଗ୍ରେସର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ। ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ତଥା ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଏଥିରେ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଜୋର ବର୍ଷିଛନ୍ତି। ଏହି ଦୁଇ ସରକାରଙ୍କ ଅପାରଗ ପଣିଆ ଯୋଗୁଁ ଦେଶ ତଥା ରାଜ୍ୟର ବିକାଶ ହୋଇ ପାରିନାହିଁ ତେଣୁ ଚଳିତ ନିର୍ବାଚନରେ କଂଗ୍ରେସକୁ ଭୋଟ ଦେଇ ସରକାର ଗଠନ କରିବା ପାଇଁ ଜନତାଙ୍କ ସହଯୋଗ କାମନା କରିଥିଲେ।  କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାରତ ଭୂଷଣ ବେମାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମ୍ମିଳନୀରେ କଂଗ୍ରେସର କଳାହାଣ୍ଡି ସାଂସଦ ପ୍ରାର୍ଥୀନୀ ଦ୍ରୌପଦୀ ମାଝୀ, ଏଆଇସିସି ସମ୍ପାଦକ ସାହାନାଜ ଚୌଧୁରୀ, ଏଆଇସିସି ଓଡ଼ିଶା ପର୍ଯ୍ୟବେକ୍ଷକ ମିନାକ୍ଷୀ ନଟରାଜନ, ଲାଞ୍ଜିଗଡ଼ ବିଧାୟକ ପ୍ରାର୍ଥୀ ବଳଭଦ୍ର ମାଝୀ, ଯୁବ ନେତା ଚିତ୍ତରଞ୍ଜନ ମଣ୍ଡଳ, ନର୍ଲା ବ୍ଲକ ସଭାପତି ସମିର ଚାନ୍ଦ, ମ.ରାମପୁର ବ୍ଲକ ସଭାପତି ବିଭୁତି ଭୂଷଣ ମହାକୁଡ, ନର୍ଲା ବ୍ଲକ ଯୁବ ସଭାପତି ଦିପୁ ପାତ୍ର, ବରିଷ୍ଠ କଂଗ୍ରେସ ନେତା ଚୁଳମଣି ଗୈାଡିଆ, ଅନିରୁଦ୍ଧ ବିଶ୍ବାଲ, ମହେନ୍ଦ୍ର ନାଏକ ପ୍ରମୁଖଙ୍କ ସହ ଅନେକ ବରିଷ୍ଠ ନେତୃବୃନ୍ଦ ଓ କଂଗ୍ରେସ କାର୍ଯ୍ୟକର୍ତ୍ତା ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସଭାରେ ବକ୍ତାମାନେ କଂଗ୍ରେସର ଲୋକସଭା ନିର୍ବାଚନ ମଣ୍ଡଳୀ ସାଂସଦ ପ୍ରାର୍ଥୀ ଦ୍ରୌପଦୀ ମାଝୀ ଓ ନର୍ଲା ବିଧାୟକ ପ୍ରାର୍ଥୀ ଭକ୍ତ ଦାସଙ୍କୁ ବିଜୟୀ କରିବା ସହ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବାକୁ ସହଯୋଗ କାମନା କରିଥିଲେ। ଏହି ଅବସରରେ ବିଜେଡ଼ି ଓ ବିଜେପି ଛାଡି ଅନେକ ନେତା ଓ କର୍ମୀ କଂଗ୍ରେସରେ ଯୋଗ ଦେଇଥିଲେ। ଏହି ନିର୍ବାଚନୀ ସଭା ଓ ମଶ୍ରଣ ପର୍ବରେ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳର ଜନସାଧାରଣ ଓ ମହିଳାମାନେ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.