ଜୁନାଗଡ଼-କଲମପୁର ମୁଖ୍ୟ ରାସ୍ତାର ତାଲପଦର ଛକ ନିକଟରେ ବାଇକ ଦୁର୍ଘଟଣା: ୨ ଯୁବକ ଗୁରୁତର

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ – କଲମପୁର ମୁଖ୍ୟ ରାସ୍ତାର ତାଳପଦର ଛକ ନିକଟରେ ଆଜି ଅପରାହ୍ନ ୪ଟା ସମୟରେ ବାଇକ ଦୁର୍ଘଟଣାରେ ୨ ଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତର ଆହତ ଯୁବକ ଦ୍ବୟ ହେଉଛନ୍ତି କିଷାନ ବେମାଲ (୨୫) ଓ ସୌମ୍ୟ ରଞ୍ଜନ ପୁଝାରୀ (୨୩)। ସୂଚନା ଅନୁସାରେ, ଜୁନାଗଡ଼ ଥାନା ଅଧିନସ୍ଥ ଖୁରସେଲଗୁଡାର ଏହି ଦୁଇ ଯୁବକ କୋୖଣସି କାମରେ ଗୋଟିଏ ମୋଟରସାଇକେଲରେ ବସି କଳମପୁର ପଟକୁ ଯାଉଥିଲେ। ଏହି ସମୟରେ ତାଳପଦର ଛକ ନିକଟରେ କୌଣସି କାରଣରୁ ବାଇକ ଦୁର୍ଘଟଣା ଘଟିଥିଲା। ଯାହା ଫଳରେ ଉଭୟ ଯୁବକ ରାସ୍ତା ଉପରେ ଛିତିକି ପଡ଼ିଥିଲେ।‌ କିଛି ଲୋକ ଦୁର୍ଘଟଣା ସମ୍ବନ୍ଧରେ ସୂଚନା ପାଇ ତୁରନ୍ତ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। କଳମପୁରରୁ ଆମ୍ବୁଲାନ୍ସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଯୁବକ ମାନଙ୍କ ସହଯୋଗରେ ଉଭୟଙ୍କୁ କଳମପୁର ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ବୋଲି ଜଣା ପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.