ସୋମବାରରୁ ସର୍ଗିଗୁଡାର ୨୪ ପ୍ରହର ନାମ ଯଜ୍ଞ; କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡାର ୨୪ ପ୍ରହର ନାମଯଜ୍ଞ ପାଇଁ ରବିବାର ସଂଧ୍ୟା ୫ ଘଣ୍ଟା ସମୟରେ ସାନ୍ଦୁଲ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସାନ୍ଦୁଲ ନଦୀ ପଠାରେ ନାମଯଜ୍ଞର ବ୍ରହ୍ମା ପଣ୍ଡିତ ପ୍ରଫୁଲ୍ଲ କୁମାର ସୁପକାର, ସହଯୋଗୀ କୈଳାସ ଦାସ, ଜପକ ନାରାୟଣ ପାଢୀ, ବୃନ୍ଦାବନ ମିଶ୍ର ପ୍ରମୁଖଙ୍କ ସମେତ ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦସ୍ୟ ଜହରଲାଲ ବିଶ୍ୱାଳ, ବରିଷ୍ଠ ସଦସ୍ୟ ଉଗ୍ରେସନ ଗଉଡ, ପ୍ରଦୀପ ନାଏକ, କାହ୍ନୁ ମାଝୀ, ଚକ୍ରଧର ସା, ସହଯୋଗୀ ବସନ୍ତ ପୋଢ, ସୁଦାମ ଜାଲ, କବିରାଜ କରୁଆଁ, ଲବଣୀ, ପ୍ରଫୁଲ୍ଲଲ ନାଗ, ଉପସଭାପତି ଜୟଦେବ ପୋଢ, ଅନନ୍ତ ମାଝୀ ପ୍ରମୁଖଙ୍କ ସମେତ ଶତାଧିକ ଯୁବକ ଓ ସଂକୀର୍ତ୍ତନ ମଣ୍ଡଳୀ ଉପସ୍ଥିତ ରହି ସହଯୋଗ କରିଥିଲେ। ବ୍ରହ୍ମା ପଣ୍ଡିତ ନଦୀ ପଠାରେ ବରୁଣ ପୁଜନ, କଳସ ପୂଜନ, କଳସ ପବିତ୍ର କରଣ ପ୍ରଭୃତି କାର୍ଯ୍ୟକ୍ରମ ସାରିବା ପରେ ଘଣ୍ଟ, ଶଙ୍ଖ ନାଦ ଓ ସଂକୀର୍ତ୍ତନ ମଣ୍ଡଳୀ ସହ ଶତାଧିକ ମହିଳା କଳସ ଯାତ୍ରା କରିଥିଲେ। ନାମଯଜ୍ଞର କର୍ତ୍ତା ଦମ୍ପତି ଗୌରଚନ୍ଦ୍ର ବେହେରା ଓ ତାଙ୍କ ସହଧର୍ମିଣୀ ସର୍ବାଗ୍ରେ କଳସ ମୁଣ୍ଡେଇ ଯଜ୍ଞ ମଣ୍ଡପକୁ ଆସିଥିଲେ। ହୁଳହୁଳି ଓ ରାଧାକୃଷ୍ଣ ନାମରେ ପ୍ରକମ୍ପିତ ହୋଇଥିଲା ଖଣ୍ଡ ମଣ୍ଡଳ। ସର୍ଗିଗୁଡା ଗ୍ରାମର ଆବାଳ ବୃଦ୍ଧ ବନିତା କଳସ ଯାତ୍ରୀ ଦଳକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ବହ୍ମା ପଣ୍ଡିତ ଶ୍ରୀ ସୁପକାରଙ୍କ ମନ୍ତ୍ରୋଚାରଣ ପୂର୍ବକ ମୁଖ୍ୟ କଳସକୁ ଯଜ୍ଞ ମଣ୍ଡପ ଭିତରେ ସ୍ଥାପନା କରିଥିବା ବେଳେ ଶତାଧିକ କଳସକୁ ଯଜ୍ଞ ମଣ୍ଡପ ପସିସରରେ ସ୍ଥାପନା କରିଥିଲେ। ଏହାପରେ ବିଲ୍ୱବରଣ ସାଙ୍ଗକୁ ଅଧିବାସ କର୍ମ ଅନୁଷ୍ଠିତ ହୋଇଥିଲା। ସୋମବାର ସକାଳ ୭.୧୫ ରେ ପବିତ୍ର ଅଖଣ୍ଡ ନାମ ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା କମିଟି ସୂତ୍ରରୁ ଜଣାପଡିଛି। ସର୍ଗିଗୁଡାର ଦୁଇଗୋଟି ସଂକୀର୍ତ୍ତନ ମଣ୍ଡଳି ପ୍ରଥମେ ନାମ ଆରମ୍ଭ କରିବେ ବୋଲି ଜଣାପଡିଛି। ସର୍ଗିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଶ୍ୱର୍ରେ ଅନ୍ନଛତ୍ର ମଧ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.