ରାଜନୀତିରୁ ଅବ୍ୟାହତି ନେଲେ ଡ଼ଃ ଅଚ୍ୟୁତ ସାମନ୍ତ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ପ୍ରତ୍ୟକ୍ଷ ରାଜନୀତିରୁ ଅବ୍ୟାହତି ନେଇ ଆଉ ରାଜନୀତି କରିବେ ନାହିଁ ବୋଲି ସେ ଇଚ୍ଛା ପ୍ରକାଶ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡ଼ିର କନ୍ଧମାଳ ଲୋକ ସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ ଡ଼ଃ ସାମନ୍ତ। ୨୦୧୯ ରେ ସେ ବିଜେଡି ଟିକେଟରେ କନ୍ଧମାଳ ଲୋକ ସଭା ଆସନରୁ ବିଜୟୀ ହୋଇଥିଲେ। ଗତ ନିର୍ବାଚନରେ ଓଡ଼ିଶାର ୨୧ଟି ଲୋକସଭା କ୍ଷେତ୍ର ମଧ୍ୟରୁ ବିଜେପି ୨୦ ଆସନ ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିଲା ବେଳେ ବିଜେଡ଼ି ଖାତା ଖୋଲି ପାରିନାହିଁ। ତେବେ ରାଜନୀତି ଛାଡିଲେ ମଧ୍ୟ ସମାଜସେବା ଜାରି ରଖିବେ ବୋଲି କହିଛନ୍ତି ଅଚ୍ୟୁତ ସାମନ୍ତ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.