ଧର୍ମଗଡ ବ୍ଲକ ଯାଦବ ମହାସଭାର ବୈଠକ : ଯାଦବ ସମାଜର ସର୍ବାଙ୍ଗିନ ଉନ୍ନତି ମୂଳ ଲକ୍ଷ

ଧର୍ମଗଡ,୩୦/୬ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ସନ୍ଧିକୁଲିଆରି ମହାଭାରତ ପଡିଆ ଠାରେ ଆଜି ଧର୍ମଗଡ ବ୍ଲକ ଯାଦବ ମହାସଭାର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଧର୍ମଗଡ ବ୍ଲକ୍ ସଭାପତି ଶଙ୍କର ଯୁଏଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ସମ୍ପାଦକ ପତିରାମ ହଂସ ସଭା ପରିଚାଳନା କରିଥିଲେ । ଉକ୍ତ ବୈଠକରେ ଯାଦବ ଜାତିକୁ କେମିତି ଉନ୍ନତି ଦିଗରେ ଆଗେଇ ନିଆଯାଇ ପାରିବ ସେନେଇ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା । ୨୦୧୯  ସଂସୋଧିତ ସାମାଜିକ ନିୟମାବଳୀ ଗଠନ କରାଯାଛଥିବା ସୂଚନା ମିଳିଛି । ଏହାସହ ଧର୍ମଗଡ ବ୍ଲକରେ ଥିବା ପ୍ରତେକ ଆଞ୍ଚଳିକ ସ୍ତରୀୟ ଯାଦବ ସଂଗଠନ ଓ ଯୁବ ଯାଦବ ସଂଗଠନ  କରାଗଲା । ଏହି କମିଟି ଆଗାମୀ ଦିନରେ ଯାଦବ ଜାତିକୁ ଆଗେଇ ନେବା ପାଇଁ ଶପଥ ଗ୍ରହଣ କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ହରିଶଙ୍କର ବାଗ, ମୁଖ୍ୟବକ୍ତା ଭାବେ ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲ, ସମ୍ମାନିତ ଅତିଥି ଭାବେ ଧର୍ମଗଡ ବ୍ଲକ ପୂର୍ବତନ ସଭାପତି ଧନୁ ଗୋପାଳ, ଧନେଶ୍ଵର ଭାଟି, ଟିକମନ୍ ବାରିକ୍ ଅରକ୍ଷୀତ ଭଇସାଲ, ବ୍ଲକ ଯୁବ ଯାଦବ ମହାସଭା ସଭାପତି ଲବଣୀ ରାଉତ, ସମ୍ପାଦକ କାର୍ତ୍ତିକ ଛତ୍ରୀଆ, ରାଜିବ ଲୋଚନ ହାତୀ ପ୍ରମୂଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
ଧର୍ମଗଡ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତ ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.