MGNREGA କାମ ରେ ଅନିୟମିତତା : ତୃଣମୂଳ ସ୍ତରରେ ତଦନ୍ତ କଲେ ଲୋକପାଳ 

ନୂଆପଡା,୩୦/୬ : ଗରିବ ପରିବାରର ହାତକୁ କାମ ଯୋଗାଇଦେବା ଉଦ୍ଦେଶ୍ୟରେ ସରକାରଙ୍କ ଏକ ଜନପ୍ରିୟ ଯୋଜନା ‘ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା’ (MGNREGA) କାର୍ଯ୍ୟକାରୀ ହେଉଛି । ତେବେ ଅନେକ ସ୍ଥାନରେ ସରକାରୀ ବାବୁ ମାନଙ୍କ ଖାମଖିଆଳି ଗୁଣ ଯୋଗୁଁ ଏଥିରେ ଅନିୟମିତତା ଦେଖାଯାଇ ଶ୍ରମିକ ମାନେ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏପରି ଏକ ଅଭିଯୋଗ ହୋଇଥିଲା ନୂଆପଡା ଜିଲ୍ଲା ଖରିଆର ବ୍ଲକ ଅନ୍ତର୍ଗତ ନେହେନା ଗ୍ରାମ ପଞ୍ଚାୟତରୁ । ଏହି ପଞ୍ଚାୟତର ଶ୍ରମିକ ମାନେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାମ କରି ମଜୁରୀ ପାଇନାହାନ୍ତି । କାର୍ଯ୍ୟ ସମାପ୍ତିର ଦୀର୍ଘ ଏକ ବର୍ଷ କାଳ ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ନିଜର ପ୍ରାପ୍ୟ ଟଙ୍କା ନପାଇ ହଇରାଣ ହରକତ ହେଉଛନ୍ତି ଶ୍ରମିକ ।

Udyog Nursery
Udyogi Nursery

 

ସୂଚନା ମୂତାବକ MGNREGA  ଯୋଜନାରେ ନେହେନା ଗାଁର ୬୪ଜଣ ହିତାଧିକାରୀ ଙ୍କ ଜମିରେ ୨୫୬ ଜଣ ଶ୍ରମିକ କାର୍ଯ୍ୟ କରିଥିଲେ । ଏ ବାବଦକୁ ୭ ଲକ୍ଷ ୯୫ ହଜାର ଟଙ୍କା ଏବଂ ଟ୍ୟାଙ୍କ ଖନନ ବାବଦକୁ ୭୪ ହଜାର ୬୫୦ ଟଙ୍କା ଏକ ବର୍ଷ ହେବ ଶ୍ରମିକ ମାନେ ପାଇ ପାରି ନାହାନ୍ତି । ଏହି ସୂଚନା ପାଇବା ପରେ ଲୋକପାଳ (ଆମ୍ବୁଡସମ୍ୟାନ) ଆର. ବିଜୟ ରାଜ ନିଜେ ତଦନ୍ତ କରି ସତ୍ୟତା ଜାଣିବା ପରେ ଶ୍ରମିକ ମାନଙ୍କ ପ୍ରାପ୍ୟ ଟଙ୍କା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।

 

ତେବେ ପ୍ରାକାଶ ଯେ ବ୍ଲକ ତଥା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ଅଧିକାରୀ ଏଠାକୁ ଆସି ନଥିବାବେଳେ ପ୍ରଥମ ଥର ପାଇଁ ଲୋକପାଳ ଶ୍ରୀ ବିଜୟ ରାଜ ଶ୍ରମିକଙ୍କ ଗହଣରେ ପହଂଚି ଥିବାରୁ ଜନସାଧାରଣ ତଥା ଶ୍ରମିକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି  ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.