କଳାହାଣ୍ଡି,୩୦/୬ (ହେମନ୍ତ ସାହୁ) : ମତ୍ସ୍ୟ ଉତ୍ପାଦନରେ ଦିନେ ଅଲଗା ପରିଚୟ ସୃ୍ଷ୍ଠି କରିପାରିଥିବା ମ.ରାମପୁର ସରକାରୀ ମତ୍ସ୍ୟକେନ୍ଦ୍ର ଆଜି ଜରାଜୀର୍ଣ୍ଣ ହୋଇପଡ଼ିଥିବା ବେଳେ ଏହି କେନ୍ଦ୍ରରୁ ଆୟ ହେଉଥିବା ଲକ୍ଷାଧିକ ରାଜସ୍ୱ ହରାଉଛନ୍ତି ସରକାର । ଏହି କେନ୍ଦ୍ରରେ ଆଗରୁ ବ୍ରିଡ଼ରଙ୍କ ଦ୍ୱାରା ଜାଆଁଳା ଉତ୍ପାଦନ କରାଯିବା ଲାଗି ତିଆରି ହେଇଛି ବୈଷୟିକ ବ୍ୟବସ୍ଥା । ଆଜକୁ ୩୦ବର୍ଷ ହେବ ଏହି ମତ୍ସ୍ୟକେନ୍ଦ୍ରଠାରେ ବିଭିନ୍ନ ଉନ୍ନତମାନର ମାଛ ଜାଅଁଳ କରାଯାଇ ମ.ରାମପୁର, ନର୍ଲା, କେସିଙ୍ଗା, କର୍ଲାମୁଣ୍ଡା, ଲାଂଜିଗଡ଼ ସମେତ ପଡ଼ୋଶୀ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା,ତୁମୁଡ଼ିବନ୍ଦକୁ ମଧ୍ୟ ପଠାଯାଉଥିଲା ।
କିନ୍ତୁ ତାହା ଏବେ ସଂପ୍ରୂ୍ଣ୍ଣ ଠପ୍ ହେଇପଡ଼ିଛି କହିଲେ ଭୁଲ ହେବ ନାହିଁ । ପ୍ରତିବର୍ଷ ଏହି ସମୟରେ ମାଛ ଜାଅଁଳ ବିକ୍ରୀ ଆରମ୍ଭ କରାଯାଇଥାଏ, ଚଳିତ ବର୍ଷ କିନ୍ତୁ ଏଠାରେ ବ୍ୟତ୍ରିକମ ଦେଖାଯାଇ ଏବେ କାମ ଆରମ୍ଭ କରାଯାଇଛି ଫଳରେ ଆସନ୍ତା ଅଗଷ୍ଟ ପନ୍ଦର ପରେ ଏଠାରେ ଜାଅଁଳ ଉପଲବ୍ଧ ହେଇପାରିବ । ସେତିକିବେଳକୁ ମାଛ ଚାଷୀମାନେ ବାହାର ଜିଲ୍ଳାରୁ (ବଲାଙ୍ଗୀର,ବୌଦ୍ଧ,ସୋନପୁର) ମାଛ ଜାଅଁଳ କିଣି ନିଜ ପୋଖରୀଗୁଡ଼ିକରେ ଛାଡ଼ିସାରିଥାନ୍ତି । ଏପରେ ସରକାରୀ ଲକ୍ଷ୍ୟ ରହିଛି ଏହି କେନ୍ଦ୍ରରୁ ୩୦ ଲକ୍ଷ୍ୟ ବିଭିନ୍ନ କିସମର ଜାଆଁଳା ବିକ୍ରି କରିବ ପାଇଁ ,(୨୧ଏମ୍ଏମ୍ ରୁ ୪୦ ଏମ୍ ଏମ୍ କିଲୋପିଛା ୧୭୫,୪୧ଏମଏମ୍ ରୁ ୬୦ ଏମ୍ଏମ୍ ୨୩୦,ଭଳି ଜାଆଁଳା ସାଇଜ ବଢିଲେ ଦର ମଧ୍ୟ ବଢିଥାଏ) ଯାହା କେବେ ବି ସମ୍ଭବ ନୁହେଁ ବୋଲି ନିଜ ପ୍ରତିକ୍ରିୟାରେ ଏହି କେନ୍ଦ୍ରର ବରିଷ୍ଠ ବୈଷୟିକ ମତ୍ସ୍ୟ ଅଧିକାରୀ ପୀତବାସ ସାଏ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
ସେ ଆହୁରି କହିଛନ୍ତି କି,ଏହି କେନ୍ଦ୍ରରେ ମୋତେ ମ.ରାମପୁର ଓ ନର୍ଲା ସରକାରୀ ମତ୍ସ୍ୟ କେନ୍ଦ୍ରର ଯୁଗ୍ମ ଦାୟିତ୍ୱ ଦିଆଯାଇଛି ଏବଂ ଆଉଜଣେ ଚୁକ୍ତିବଦ୍ଧ କନିଷ୍ଠ ବୈଷୟିକ ଅଧିକାରୀ ରହିଛନ୍ତି । ଫଳରେ ଏତେ ବଡ଼ କେନ୍ଦ୍ରକୁ ଚଳାଇବା ସମ୍ଭବପର ହେଇପାରୁନାହିଁ । ଏହି କେନ୍ଦ୍ରର ରକ୍ଷଣାବେକ୍ଷଣ ଲାଗି ପିଅନଟିଏ ମଧ୍ୟ ନାହାନ୍ତି । କାମ ଆରମ୍ଭ କଲାପରେ ୫/୬ଜଣ ଦିନ ମଜୁରିଆଙ୍କୁ ନେଇ କାମ କରିବାକୁ ପଡ଼ିଥାଏ ଏବଂ ଏହି କେନ୍ଦ୍ରର ଚାରିକଡ଼େ ବାଡ଼ ନଥିବା ତଥା ଏହି କେନ୍ଦ୍ର ଭିତର ଦେଇ ନିକଟରେ ଥିବା ପଡ଼ାବାସୀ ଯାତାୟତ କରିବା, ଗତବର୍ଷ ବନ୍ୟାରେ ବନ୍ଧହୁଡ଼ା ଭାଙ୍ଗିଯିବା, ବୈଷୟିକ କେନ୍ଦ୍ରରୁ ପାଇପ କାଟିନେବା, ଡ଼ିଜେଲ ପମ୍ପ ଅକାମୀ ହେଇପଡ଼ିବା, ମେଲାପଡ଼ିଥିବାରୁ ରାତିରେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଭଳି ଅନେକ ଅଭିଯୋଗ କରିଛନ୍ତି ଅଧିକାରୀ ଶ୍ରୀ ସାଏ । ଆମେ ଗତବର୍ଷ ବିଭାଗକୁ ଲିଖିତ ଆକାରରେ ହୁଡ଼ା ଭାଙ୍ଗିବା ସହ ଏଠାରେ ଷ୍ଠାଫ୍ ଦେବାକୁ ଜଣାଇଥିଲେ ବି ଷ୍ଟାଫ୍ ଦିଆଗଲା ନାହିଁ ଏବଂ ଡ଼େରିରେ ହୁଡ଼ା ମରାମତି କାମ ସରିଲା, ରାତ୍ରି ଜଗୁଆଳି ନାହାନ୍ତି । ମାର୍ଚ୍ଚ ୨୦ରୁ ଜୁନ ୧୮ ଯାଏଁ ଲାଇନ ମଧ୍ୟ କଟାଯାଇଥିଲା ,ଯାହାଫଳରେ ବିଶେଷ ଅସୁବିଧାର ସମ୍ମୁଖୀନହେଲୁ ଏବଂ ଷ୍ଟାଫ୍ ରହିଥିଲେ ପୋଖରୀରୁ ପାଣି ଶୁଖାଯାଇଥାନ୍ତା ତାହା ହେଇପାରିଲାନାହିଁ, ଡ଼ିଜେଲ ପମ୍ପର ପାଇପ ଗୁଡ଼ିକ ବି ଫାଟିଯାଇଛି । ଆରମ୍ଭ ହେବା ଦିନଠାରେ ପମ୍ପ ମରାମତି ହେଇନାହିଁ । ମ.ରାମପୁର ଅଧୀନରେ ସାଢେ ତିନି ହେକ୍ଟର ପାଇଁ ମତ୍ସ୍ୟ ଚାଷୀଙ୍କୁ ପ୍ରୋତ୍ସାହିତ କରାଯିବାର ବ୍ୟବସ୍ଥା ରହିଛି ମୋ ମାଛ ପୋଖରୀ ଯୋଜନାରେ , ଯାହାକୁ ଅନଲାଇନ ଦରଖାସ୍ତ କରିବା ପରେ ବିଭାଗ ତରଫରୁ ସମସ୍ତ ସହାୟତା ପ୍ରଦାନ କରାଯାଇଥାଏ ।
ପାଣି ଅଭାବରୁ ଏହି କେନ୍ଦ୍ରରେ ସବୁ ସମୟରେ ଜାଆଁଳା ତିଆରି ହେଇପାରୁନାହିଁ । ପୂର୍ବରୁ ଏକ ଅଟକଳ ମଧ୍ୟ ଦିଆଯାଇଛି, ଉତେଇ ନଦୀରୁ ପାଣି ଆଣି ଏହି କେନ୍ଦ୍ରର ପୋଖରୀରେ ସଂରକ୍ଷିତ ରଖାଯାଇ ଜାଆଁଳା ଉତ୍ପାଦନ କରାଗଲେ , ତାହା ଜୁନ ମାସ ବେଳକୁ ହିଁ ଆରମ୍ଭ ହେଇପାରନ୍ତା । ସରକାରୀ ନିୟମ ମୁତାବକ ଏକ ଲକ୍ଷ ଜାଆଁଳା ବିକ୍ରିକଲେ ମାତ୍ର ୭ହଜାର ଟଙ୍କାର ଆନୁସଙ୍ଗିକ ଖର୍ଚ୍ଚରେ ପରିଚାଳନା କରିବା କାଠିକର ପାଠ ହେଇପଡ଼ିଛି । ଏଠାରେ ଥିବା ବ୍ରିଡ଼ର ମାନଙ୍କୁ ଗତ ବର୍ଷ ବିକ୍ରି କରାଯାଇଥିବାବେଳେ ଏଥିରୁ ଜାଆଁଳା ମଧ୍ୟ ଚୋରୀ ହେଇଯାଉଛି । ଯାହାକୁ ରକ୍ଷଣାବେକ୍ଷଣ କରିବା ଅସମ୍ଭବ ହେଇପଡ଼ିଛି । ତେବେ ଜରାଜୀର୍ଣ୍ଣ ହେଇପଡ଼ିଥିବା ଏହି ମତ୍ସ୍ୟ କେନ୍ଦ୍ର ପ୍ରତି ଦୃଷ୍ଟିଦେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।