କିରଣ ଚୌଧୁରୀଙ୍କ ବଡ଼ ନିଷ୍ପତ୍ତି; କଂଗ୍ରେସ ଛାଡ଼ିଲେ, ବିଜେପିରେ ହେବେ ସାମିଲ 

ଓଡ଼ିଆ ବାର୍ତ୍ତା/ ଚଣ୍ଡିଗଡ଼: ହରିୟାଣା କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ଝିଅଙ୍କୁ ଟିକେଟ ମିଳିଲା ନାହିଁ ବୋଲି ଦଳ ଛାଡ଼ି ଭାଜପାରେ ସାମିଲ ହେବାକୁ ଯାଉଛନ୍ତି ବରିଷ୍ଠ ନେତ୍ରୀ କିରଣ ଚୌଧୁରୀ। ସେ ଲୋକ ସଭା ନିର୍ବାଚନରେ ଭିବାନୀ-ମହେନ୍ଦ୍ରଗଡ଼ ଆସନରୁ ଝିଅ ତଥା ପୂର୍ବ କଂଗ୍ରେସ ଏମ୍‌ପି ଶ୍ରୁତି ଚୌଧୁରୀଙ୍କ ପାଇଁ ଟିକେଟ ମାଗିଥିଲେ, ଯାହାକି ତାଙ୍କୁ ମିଳି ନ ଥିଲା। ଏପରିକି ଶେଷ ହୋଇଥିବା ନିର୍ବାଚନରେ ମଧ୍ୟ ଦଳ ଏହି ଆସନରୁ ପରାଜିତ ହେବା ପରେ କିରଣଙ୍କ ଉପରେ ଅଭିଯୋଗ କରାଯାଉଥିବା ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.