ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କିପରି କରିହେବ ସେନେଇ ବୁଧବାର କୋକସରା ବ୍ଲକ କାର୍ଯ୍ୟାଳୟ ପରିସରରେ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମକଡ୍ରିଲ କାର୍ଯ୍ୟକ୍ରମରେ ବିଡ଼ିଓ ସ୍ନେହପ୍ରଭା ମାଝୀ, ବ୍ଲକ ହିସାବ ରକ୍ଷକ ଅଶୋକ ସେଠୀ, ଜିପିଡିଓ ରାଜେନ୍ଦ୍ର ପାତ୍ର, ପିଇଓ ବିରଞ୍ଚି ଖର୍ସେଲ, ରାଜେନ୍ଦ୍ର ସୋରି ପ୍ରମୁଖ ଉପସ୍ଥିତ ଥିଲେ। କୋକସରା ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ ବାଗ ନେତୃତ୍ବରେ ଅଗ୍ନିଶମ କର୍ମଚାରୀ ଦିଗାମ୍ବର ଶବର, ମନୋଜ ବିଶ୍ୱାଳ, ରାଧେଶ୍ୟାମ ପ୍ରଧାନ, ବାସୁଦେବ ଭୋଇ, ଶ୍ୟାମ ଲାଲ ଗଣ୍ଡ, ଲଳିତ ପୁଟେଲ ପ୍ରମୁଖ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଲି ମୁକାବିଲା କରିବେ ଏବଂ ଘରେ ନିଆଁ ଲାଗିଲେ କେମିତି ଲିଭାଇବେ, ପାଣିରେ ବୁଡି ଯିବା ସମୟରେ କେମିତି ଉଦ୍ଧାର କରିବେ, ଗ୍ୟାସ ଟାଙ୍କିରେ ନିଆଁ ଲାଗିଲେ କେମିତି ଲିଭାଇବେ ସେନେଇ ଲୋକଙ୍କୁ ପ୍ରଶିକ୍ଷଣ କଳା ପ୍ରଦର୍ଶନ କରି ଦେଖାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.