ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି(ପ୍ରୋଟେମ ସ୍ପିକର) ଭାବେ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଲୋକସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି । ସମ୍ବିଧାନର ଧାରା ୯୫ (୧) ଅନୁଯାୟୀ ଭର୍ତ୍ତୃହରିଙ୍କୁ ଏହି ପଦବିରେ ନିଯୁକ୍ତ କରାଯାଇଛି । ସେହିପରି ଲୋକସଭା ସଦସ୍ୟ କେ ସୁରେଶ, ଟି ଆର ବାଲୁ, ରାଧା ମୋହନ ସିଂ, ଫଗ୍ଗାନ୍ ସିଂ କୁଲାଷ୍ଟେ ଏବଂ ସୁଦୀପ ବନ୍ଦୋପାଧ୍ୟାୟ ସହକାରୀ ପ୍ରୋ-ଟେମ୍ ବାଚସ୍ପତି ଭାବେ କାର୍ଯ୍ୟ କରିବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କରେନ ରିଜିଜୁ କହିଛନ୍ତି । କଟକ ସାଂସଦ କ୍ଷେତ୍ରରୁ ଭର୍ତ୍ତୃହରି ଲୋକସଭାକୁ ଲଗାତାର ଭାବେ ୭ ଥର ନିର୍ବାଚିତ ହୋଇଛନ୍ତି । ଭର୍ତ୍ତୃହରି ୧୯୯୮ ମସିହା ଭାରତୀୟ ସାଧାରଣ ନିର୍ବାଚନରେ କଟକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲୋକ ସଭା ପାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ୧୩ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.