କର୍ଲାମୁଣ୍ଡାଠାରେ ବିଧାୟିକା ମନୋରମା ମହାନ୍ତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟିକା ମନୋରମା ମହାନ୍ତିଙ୍କୁ କର୍ଲାମୁଣ୍ଡା ବିଜେଡ଼ି ପରିବାର ତରଫରୁ ଭବ୍ୟ ସମ୍ବଦ୍ଧନା ଜ୍ଞାପନ କରାଯାଇଛି। କର୍ଲାମୁଣ୍ଡା ବିଜେଡ଼ି ସଭାପତି ସୁରେନ୍ଦ୍ର ସାହୁଙ୍କ ଅଧ୍ଯକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ନବ ନିର୍ବାଚିତ ବିଧାୟିକାଙ୍କ ସମେତ ମ.ରାମପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜିବେସ ପଣ୍ଡା, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ରାଜ୍ୟ ସରପଞ୍ଚ ସଂଘ ସଭାପତି ରୋମାଞ୍ଚଳ ସାହୁ, ବିଜୁ ଛାତ୍ର ଜନତା ଦଳର ସଭାପତି ଅଜିତ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ରହିଥିଲେ। ବିଜେଡ଼ି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ମହିଳାଙ୍କୁ ଟିକେଟ ପ୍ରଦାନ କରିଥିବାରୁ ତାଙ୍କୁ ଧନ୍ଯବାଦ ଦେଇଥିଲେ।ଏହାପରେ ବିଜୁ ପରିବାରର ସଦସ୍ୟ ବୃନ୍ଦ, ନିର୍ବାଚିତ ଲୋକ ପ୍ରତିନିଧିମାନେ ନବ ନିର୍ବାଚିତ ବିଧାୟିକା ମନୋରମା ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ମଞ୍ଚାସୀନ ଅତିଥ୍‌ ବୃନ୍ଦ କର୍ଲାମୁଣ୍ଡାର ବିକାଶ ପ୍ରତି ଗୁରୁତ୍ବ ଦେବାପାଇଁ ବିଧାୟିକା ଶ୍ରୀମତୀ ମହାନ୍ତିଙ୍କୁ ଅନୁରୋଧ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.