ସଇଁତଲାରେ ଡେଙ୍ଗୁ ଆତଙ୍କ: ସରପଞ୍ଚଙ୍କ ସମେତ ୨୫ରୁ ଉର୍ଦ୍ଧ୍ବ ଡେଙ୍ଗୁ ରୋଗୀ ଚିହ୍ନଟ, ପ୍ରଶାସନ ନୀରବ

ବଲାଙ୍ଗୀର ଓ ବରଗଡ ମେଡିକାଲରେ ଚାଲିଛି ରୋଗୀଙ୍କ ଚିକିତ୍ସା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସହରରେ ବର୍ତମାନ ଡେଙ୍ଗୁ ଆତଙ୍କ କୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଥିବା ଦେଖାଦେଇଛି। ଏଥିରେ ସରପଞ୍ଚଙ୍କ ସମେତ ୨୫ରୁ ଉର୍ଦ୍ଧ୍ବ ରୋଗୀ ବଲାଙ୍ଗୀର ଭୀମଭୋଇ ମେଡିକାଲ ଏବଂ ବରଗଡର ଘରୋଇ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଥିବା ଜଣାପଡିଛି। ପ୍ରକାଶ ଯେ, ଗତ ସପ୍ତାହେ ହେଲାଣି ସହରରେ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ନୀରବ ରଇଛି। ଯାହା ଫଳରେ ଲୋକେ ନିଜ ନିଜ ଖର୍ଚ୍ଚରେ ଡେଙ୍ଗୁ ପରୀକ୍ଷା କରୁଥିବା ଦେଖାଦେଇଛି। ଏହାପରେ ସ୍ୱାସ୍ଥ୍ୟ ବିଭାଗକୁ ଅଭିଯୋଗ କରିବା ପରେ ବଲାଙ୍ଗୀର ଓ ସଇଁତଲା ଡାକ୍ତରୀ ଟିମ ସହରର ଗୋପବନ୍ଧୁ ପଡାକୁ ପହଂଚି ଡେଙ୍ଗୁ ପରୀକ୍ଷା ଆରମ୍ଭ କରିଥିଲେ। ତାହାପରେ ମଧ୍ୟ ଲୋକେ ଅନ୍ୟ ମେଡିକାଲକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରି ମେଡିକାଲରେ ଭର୍ତ୍ତି ହୋଇଥିବା ଦେଖାଦେଇଛି। ଅନ୍ୟପକ୍ଷରେ ସହରରେ ଦୀର୍ଘ ଦିନ ହେଲା ପରିମଳ ବ୍ୟବସ୍ଥା ଭୁଶୁଡି ପଡିଛି। ସହରର ଅନେକ ପଡାରେ ପ୍ରଶାସନ ପକ୍ଷରୁ ଡ୍ରେନଗୁଡିକ ସଫା ହୋଇ ନ ଥିବାରୁ ଡ୍ରେନଗୁଡିକରେ ପାଣି ନିଷ୍କାସନ ନ ହୋଇ ମଇଲା ପାଣି ଜମା ହେଉଛି। ଯାହା ଫଳରେ ଦୁର୍ଗନ୍ଧ ହୋଇ ଡେଙ୍ଗୁ ଜୀବାଣୁ ବୃଦ୍ଧି ପାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏ ନେଇ ମେଡିକାଲ ଇନଚାର୍ଜ ସମରେନ୍ଦ୍ର ମହାପାତ୍ରଙ୍କୁ ପଚାରିବାରୁ ସଇଁତଲା ମେଡିକାଲରେ ୧୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ଓ ବଲାଙ୍ଗୀର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ବିଡ଼ିଓଙ୍କୁ ମଧ୍ୟ ଜଣାଇଛି ବୋଲି କହିବା ସହିତ ନାଳ ନର୍ଦମାଗୁଡିକ ସଫାସୁତୁରା ନ ହେବା ପର୍ଯ୍ୟନ୍ତ ଡେଙ୍ଗୁ ସଂଖ୍ୟା ଆହୁରି ବଢ଼ିଵ ବୋଲି ପ୍ରକାଶ କରିଥିଲେ। ଏଣୁ ବ୍ଲକ ପ୍ରଶାସନ ସହରର ଡ୍ରେନଗୁଡ଼ିକ ତୁରନ୍ତ ସଫାସୁତୁରା କରିବାକୁ ଅଞ୍ଚଳ ଜନସାଧାରଣ ତରଫରୁ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.