ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବିଜୁ କାଲ୍ୟାଣ ମଣ୍ଡପଠାରେ ଆଜି ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, କଳାହାଣ୍ଡି ଜିଲ୍ଲାପାଳ ପି, ଅନ୍ୱେଷା ରେଡ୍ଡୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ମ.ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ଡେପୁଟି ଡାଇରେକ୍ଟର ଶ୍ରୀକାନ୍ତ ଦଳେଇ, ନିତୀ ଆୟୋଗ ୟୁଥ୍ ପ୍ରଫେସନାଲ ମନୁଜ୍ ଯୋଶୀ, ବ୍ଲକ୍ ଉପାଧ୍ୟକ୍ଷ ଶମ୍ଭୁ ଭୂଷଣ ପଧାନ ଯୋଗ ଦେଇଥିଲେ। ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ। ସଭା କାର୍ଯ୍ୟ ପୂର୍ବରୁ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଅତିଥି ମାନେ ବିଭିନ୍ନ ବିଭାଗ ତରଫରୁ ଖୋଲା ଯାଇଥିବା ଷ୍ଟଲ୍ ପରିଦର୍ଶନ କରିଥିଲେ। ଅତିଥିମାନେ ପୂଜାର୍ଚ୍ଚନା କରିବା ପରେ ଏହି ସମ୍ପର୍କ ଉପରେ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ପରେ ଶପଥ ପାଠ କରାଇଥିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ। ପ୍ରାରମ୍ଭରେ ସିଡିପିଓ ପୁଷ୍ପାଞ୍ଜଳି ଦାଶ, ଡାକ୍ତର ଶୈଳଜ ନନ୍ଦନ ମିଶ୍ର , ବ୍ଲକ୍ କୃଷି ଅଧିକାରୀ ଜ୍ଞାନେଶ୍ୱରୀ ବିନ୍ଧାଣି, ମିଶନ ଶକ୍ତି ବ୍ଲକ୍ ସଂଯୋଜକ ସତ୍ୟବାନ ସାହୁ ନିଜ ନିଜ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ହେଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଏଇଇ ବଲ୍ ବିନ୍ଦର ସିଂ ଯାଦବ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କୁଳମଣି ସିଂ ରାୟ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପଧାନ, ସାମାଜିକ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ନାଏକ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.