ଶ୍ରୀ ଜଗନ୍ନାଥ ଶୀର୍ଷକ ରାଜ୍ୟ ସ୍ତରୀୟ ଚିତ୍ରଶିଳ୍ପୀ ଶିବିର: ଅଂଶ ଗ୍ରହଣ କଲେ କଳାହାଣ୍ଡିର ଡା. ଦୀନବନ୍ଧୁ  ସାହୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି  ବିଭାଗ  ତଥା  ଓଡିଶା ଲଲିତ କଳା  ଏକାଡେମି  ଦ୍ବାରା  ୧ ଜୁଲାଇ ଠାରୁ  ୪ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ‘ଶ୍ରୀ ଜଗନ୍ନାଥ’ ଶୀର୍ଷକ ରାଜ୍ୟ ସ୍ତରୀୟ ଚିତ୍ରଶିଳ୍ପୀ ଶିବିରରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇ  ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  କାର୍ଯ୍ୟରତ ଭେଷଜ ବିଶେଷଜ୍ଞ ତଥା କବି, ଚିତ୍ରଶିଳ୍ପୀ  ଡା. ଦୀନବନ୍ଧୁ  ସାହୁ  ଯୋଗ ଦେବାର  ସୁଯୋଗ  ଲାଭ କରିଛନ୍ତି। ଭୁବନେଶ୍ୱର ପାନ୍ଥ ନିବାସରେ ଅନୁଷ୍ଠିତ ଏହି ଅଧ୍ୟାତ୍ମିକ କର୍ମଶାଳାରେ  ପ୍ରସ୍ତୁତ  ସମସ୍ତ ଚିତ୍ରଗୁଡିକ  ୬ ତାରିଖ ରୁ  ୧୫ ଜୁଲାଇ  ଯାଏଁ  ପୁରୀସ୍ଥିତ  ଆଞ୍ଚଳିକ ଆର୍ଟ  ଗ୍ୟାଲେରୀରେ  ରଥ ଯାତ୍ରା  ଉପଲକ୍ଷେ ପ୍ରଦର୍ଶିତ  ହେବ। ଏହି ଅବସରରେ  ଅଂଶଗ୍ରହଣକାରୀ  ସମସ୍ତ  ଚିତ୍ରଶିଳ୍ପୀ ମାନଙ୍କୁ  ଉପଢୌକନ, ମାନପତ୍ର ଆଦି  ପ୍ରଦାନ ପୂର୍ବକ  ସମ୍ବର୍ଦ୍ଧନା  ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.