ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଆନୁକୂଲ୍ୟରେ ଭବାନୀପାଟଣା ବନାଞ୍ଚଳ ଅଧୀନସ୍ଥ ଶାନ୍ତପୁର ସେକ୍ସନର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶାନ୍ତପୁର, ବିଘ୍ନେଶ୍ୱର ଉଚ୍ଚ ବିଦ୍ୟାଳୟ ଘଣ୍ଟମାଳ, ଖାସବାହାଲି ପ୍ରାଥମିକ ବିଦ୍ୟାଳୟ, ଗୁଡ଼ାଙ୍ଗ ପ୍ରାଥମିକ ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଲିକୁପା ଠାରେ ୭୫ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଉକ୍ତ ବନ ମହୋତ୍ସବ ଅବସରରେ ପାଞ୍ଚଗୋଟି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ଉଲିକୁପା ସମିତି ସଭ୍ୟା, ବନ ସୁରକ୍ଷା ସମିତି ସଭ୍ୟା ଯୋଗଦେଇଥିଲେ। ଘଣ୍ଟମାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲଳିତ କୁମାର ସାହୁ ଏବଂ ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଶାନ୍ତପୁର ସେକ୍ସନର ବନପାଳ ଭବାନୀଶଙ୍କର ପରିଛା, ବନରକ୍ଷୀ ମମତା ଶବର, ତୁଳସୀ ସ୍ୱାଇଁ, ଇନ୍ଦୁଭୂଷଣ ଧଙ୍ଗଡ଼ାମାଝୀ ତଥା ଗ୍ରାମବାସୀ ଉପସ୍ଥିତ ରହି ପାଞ୍ଚଗୋଟି ବିଦ୍ୟାଳୟ ପରିସର ମଧ୍ୟରେ ଶତାଧିକ ବୃକ୍ଷରୋପଣ କରିବା ସହିତ ଜଙ୍ଗଲ ସୁରକ୍ଷା, ପରିବେଶ ରକ୍ଷା ତଥା ବୃକ୍ଷରୋପଣର ଲକ୍ଷ୍ୟ, ଉଦ୍ଦେଶ୍ୟ ଦିଗରେ ଜନସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମରେ ଆମ ଜଙ୍ଗଲ ଯୋଜନାର ଦଳପତି ସୁବାସ ଚନ୍ଦ୍ର ନାଏକ ଏବଂ ଉମେଶ ଚନ୍ଦ୍ର ଗଉଡ଼, ସୁନୀଲ ରଣା ତଥା ଅଂଚଳର ଏମବିକେ, ସିଆରପି ଏବଂ ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।