ସୋନପୁରରେ ଜିଲ୍ଲା ସ୍ତରୀୟ ସ୍ବଳ୍ପ ସଞ୍ଚୟ ଅଭିକର୍ତ୍ତାଙ୍କ ସଚେତନତା ଶିବିର

ଡାକଘର ସଞ୍ଚୟ ସୁରକ୍ଷିତ ବୋଲି ଦେଲେ ପରାମର୍ଶ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ସ୍ବଳ୍ପ ସଞ୍ଚୟ ଅଭିକର୍ତ୍ତାଙ୍କୁ ନେଇ ଏକ ସଚେତନତା ଶିବିର ମଙ୍ଗଳବାର ଦିନ ଜିଲ୍ଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଶ୍ରୀମତୀ ତପସ୍ୱୀନି ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଲୋକ ମାନେ ଅଧିକ ସୁଧ ଆଶାରେ ଘରୋଇ ସଂସ୍ଥା ମାନଙ୍କରେ ଅର୍ଥ ଜମାକରି ଶେଷରେ ମୁଳ ଟଙ୍କା ପାଇ ପାରୁନାହାନ୍ତି। ଏଣୁ ଡାକଘରେ ଥିବା ବିଭିନ୍ନ ଯୋଜନାର ଅର୍ଥ ଜମାକରି ନିଜ ଟଙ୍କାକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ମଙ୍ଗଳ ପ୍ରଧାନ ଡାକଘରେ ସ୍ବଳ୍ପ ସଞ୍ଚୟ ଯୋଜନାର ସମସ୍ତ ଯୋଜନା ଉପରେ ଆଲୋକପାତ କରିଥିଲେ। ଗତବର୍ଷ ସୁବର୍ଣ୍ଣପୁର ଜିଲ୍ଲାକୁ ରାଜ୍ୟ ସ୍ବଳ୍ପ ସଞ୍ଚୟ ବିଭାଗ ତରଫରୁ ୪୭ କୋଟି ଟଙ୍କାର ଜମା କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ଜିଲ୍ଲାର ଏଜେଣ୍ଟ ମାନଙ୍କ ତରଫରୁ ୫୮ କୋଟି ୬୩ ଲକ୍ଷ ଟଙ୍କାରୁ ଅଧିକ ଜମା କରାଯାଇଛି। ସେହିଭଳି ଭାବରେ ସ୍ବଳ୍ପ ସଞ୍ଚୟ ଲଟେରୀ ପାଇଁ ଦୁଇ ଲକ୍ଷ କୁପନ୍ କାଟିବାକୁ ବିଭାଗ ତରଫରୁ କୁହା ଯାଇଥିବା ବେଳେ ୨ ଲକ୍ଷ ୪ ହଜାର ୩୩୪ ଲଟେରୀ କୁପନ କଟା ଯାଇଥିଲା। ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ୬୨ କୋଟି ଟଙ୍କାର ଲକ୍ଷ ଧାର୍ଯ୍ୟ କରାଯାଇ ଥିବାବେଳେ ସ୍ବଳ୍ପ ସଞ୍ଚୟ ଏଜେଣ୍ଟେ ମାନେ ଓ ଜିଲ୍ଲା ପ୍ରଶାସନର ତରଫରୁ ଏହି ଲକ୍ଷ ହାସଲ କରାଯାଇ ପାରିବ ବୋଲି ମତ ଦେଇଥିଲେ। ଏହା ବ୍ୟତୀତ ସ୍ବଳ୍ପ ସଞ୍ଚୟ ବିଭାଗ ତରଫରୁ ଆସିଥିବା ପଞ୍ଚସୁତ୍ରୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା। ଆସନ୍ତା ମାସ ବିନିକା ଓ ଉଲୁଣ୍ଡା ବ୍ଳକରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ଓ ଜନ ସାଧାରଣ ଯେଭଳି ଡାକଘରେ ସେମାନଙ୍କ ଅର୍ଥ ସୁରକ୍ଷିତ ରଖି ପାରିବେ ସେ ବିଷୟରେ ଦିନ ଧାର୍ଯ୍ୟ କରା ଯାଇଥିଲା। ପର୍ଯ୍ୟାୟକ୍ରମେ ଅନ୍ୟ ବ୍ଳକ ମାନଙ୍କରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ଶ୍ରୀଯୁକ୍ତ ପଧାନ କହିଥିଲେ। ଆଜିର ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ୫୦ ଜଣରୁ ଅଧିକ ଏଜେଣ୍ଟେ ଯୋଗ ଦେଇ ବିଭିନ୍ନ ଅଭାବ ଅସୁବିଧା ଉପରେ ଆଲୋଚନା କରିଥିଲେ। ସ୍ବଳ୍ପ ସଞ୍ଚୟ ବିଭାଗର କର୍ମଚାରୀ ଆଶିଷ କୁମାର ସାହୁ ଓ ସଞ୍ଜୟ କୁମାର ବାରିକ ପ୍ରମୁଖ ସହାୟତା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.