ସିପିଆଇଏମଏଲ ଜାଗ୍ରତ ସମିତି ତରଫରୁ ନର୍ଲା ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସିପିଆଇଏମଏଲ ଜାଗ୍ରତ ସମିତି ତରଫରୁ ନର୍ଲା ବିଡିଓଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ଟୁଟୁଙ୍ଗଝୁଲା, ଲିମୁରସିଙ୍ଗା, ମୁଣିଙ୍ଗପଦର, ସିନାପଦର ଭଳି ୧୦ରୁ ଉର୍ଦ୍ଧ୍ୱ ପଦରରେ ଜଙ୍ଗଲ ଜମିରେ ବସବାସ କରି ଆସୁଥିବା ଆଦିବାସୀ ଜନଜାତି ମାନେ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅବହେଳିତ ହୋଇ ଜୀବନ ଯାପନ କରୁଛନ୍ତି। ପୁରୁଷାନୁକ୍ରମେ ଜଙ୍ଗଲ ଜମିରେ ବସବାସ କରି, ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୟ କରି, କୁଲି ମଜୁରି କରି ଜୀବୀକା ନିର୍ବାହ କରୁଥିବା ଏହି ଆଦିବାସୀ ମାନେ ମୌଳିକ ସୁବିଧା ପାଇବା ପାଇଁ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି ଏମାନଙ୍କୁ ସରକାର ଆବାସ ଯୋଜନାରେ ଘର ପ୍ରଦାନ କରି କାର୍ଯ୍ୟାଦେଶ ପ୍ରଦାନ କରୁଥିଲେ ମଧ୍ୟ ନିଜ ନାମରେ ପଟ୍ଟା ନଥିବାରୁ ଘର ଖଣ୍ଡେ କରିପାରୁ ନାହାନ୍ତି। ରାଜ୍ୟ ସରକାର ୨୦୦୬/୨୦୦୭ ମସିହାରେ ଜଙ୍ଗଲ ଜମି ଅଧିକାର ଆଇନ ବଳରେ ପଟ୍ଟା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ମଧ୍ୟ ନର୍ଲା ବ୍ଲକ ଅଞ୍ଚଳର ବିଭିନ୍ନ ପଦରରେ ବସବାସ କରୁଥିବା ଏହି ଆଦିବାସୀ ମାନଙ୍କୁ ଆଜିଯାଏଁ ସେମାନେ ରହୁଥିବା ଜଙ୍ଗଲ ଜମିର ପଟ୍ଟା ମିଳିପାରି ନାହିଁ। ଏଥିପାଇଁ ପ୍ରତିବର୍ଷ ଦୁଇଥର ଏମାନଙ୍କୁ ନେଇ ସିପିଆଇଏମଏଲ ଜାଗ୍ରତ ସମିତି ତରଫରୁ ବ୍ଲକ ଓ ତହସିଲ ଘେରାଉ କରି ଦାବୀ ପତ୍ର ପ୍ରଦାନ କରାଯାଉଥିଲେ ମଧ୍ୟ ଏହା ଅରଣ୍ୟରୋଦନ ସାଜୁଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବୁଧବାର ନର୍ଲା ବିଡିଓ ଟୁଟୁଙ୍ଗ ଝୁଲା ପଦରକୁ ଯାଇ ଜଙ୍ଗଲଜମିରେ ବସବାସ କରୁଥିବା ଆଦିବାସୀ ମାନଙ୍କ ସହ ଆଲୋଚନା କରି ୫ ବର୍ଷ ବର୍ଷ ହେଇଗଲା ଆବାସ ଯୋଜନାରେ ଘର ତିଆରି ନିମନ୍ତେ କାର୍ଯ୍ୟାଦେଶ ଦିଆଯାଇଥିଲେ ମଧ୍ୟ କାହିଁକି ଗୃହ ନିର୍ମାଣ କରୁନ ବୋଲି ପ୍ରଶ୍ନ କରିଥିଲେ। ଏମାନଙ୍କୁ ସେମାନଙ୍କ ଜଙ୍ଗଲ ଜମି ଛାଡି ଅନ୍ୟ ଗ୍ରାମରେ ୪ ଡିସିମିଲ ଲେଖାଏଁ ଜାଗା ପ୍ରଦାନ କରାଯିବ। ସେଥିରେ ସେମାନେ ଆବାସ ଯୋଜନାରେ ଘର କରି ରୁହନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ। ହେଲେ ଏମାନେ ନିଜ ପୂର୍ବ ପୁରୁଷରୁ ରହି ଆସିଥିବା ଜଙ୍ଗଲ ଜମି ଜାଗା ଛାଡି ଅନ୍ୟତ୍ର ରହିବା ପାଇଁ ନାରାଜ ଅଛନ୍ତି। ସେମାନଙ୍କ ଦାବୀ ସେମାନେ ରହି ଆସୁଥିବା ଜଙ୍ଗଲ ଜମିର ପଟ୍ଟା ସରକାର ଦିଅନ୍ତୁ ସେଠାରେ ସେମାନେ ଆବାସ ଯୋଜନାରେ ଘର କରି ରହିବେ ବୋଲି। ଏଥିପାଇଁ ଗରୁବାର ସିପିଆଇଏମଏଲର ଜିଲ୍ଲା ସାଧାରଣ ସମ୍ପାଦକ ସଂଗ୍ରାମୀ ନେତା କେଶବ ପଧାନ ଓ ସହ ସମ୍ପାଦକ ଦୟାସାଗର ରଣାଙ୍କ ନେତୃତ୍ୱରେ ବଲମ ଧରୁଆ, ପଦ୍ମନ ଦୋରା, ଫକୀର ଦୋରା, କୈଲାସ ମାଝୀ, ଭୂଜମୁଣ୍ଡା ଲୁହାର, ସୁମିତ୍ରା ପୁଝାରୀ, ଅହଲ୍ୟା ଦୋରା ପ୍ରମୁଖଙ୍କ ସମେତ ୧୦୦ ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ନର୍ଲା ବ୍ଲକକୁ ଆସି ସେମାନେ ରହୁଥିବା ଜାଗାର ଜଙ୍ଗଲ ଜମି ଆଇନ ଅନୁଯାୟୀ ପଟ୍ଟା ପ୍ରଦାନ କରାଯାଉ ଏବଂ ଆବାସ ଯୋଜନାରେ ଘର ପ୍ରଦାନ କରାଯାଉ ବୋଲି ନର୍ଲା ବିଡିଓ ରିପୁନାଥ ସୁନାଙ୍କୁ ଦାବୀ ପ୍ରତ୍ର ପ୍ରଦାନ କରିଛନ୍ତି। ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ମୁଁ ଏମାନଙ୍କ ପଦର(ଗାଁ)କୁ ଯାଇଛି। ଏମାନଙ୍କ ଦୁଃଖ ଦେଖିଛି। ଏ ବିଷୟରେ ଜିଲ୍ଲା ପ୍ରଶାସନଙ୍କ ସହ ଆଲୋଚନା କରିବି। ସେମାନଙ୍କୁ ସମସ୍ତ ବିଷୟ ଅବଗତ କଲାପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.