ମାରୱାଡ଼ି ଯୁବା ମଞ୍ଚ ଏବଂ ମାରୱାଡ଼ି ମହିଳା ସମିତି ଜୁନାଗଡ଼ ପକ୍ଷରୁ ମାଗଣା କର୍କଟ ପରୀକ୍ଷା ଏବଂ ସଚେତନତା ଶିବିର 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ର ଶ୍ରୀ ଅଗ୍ରସେନ ଭବନ ଠାରେ ମାରୱାଡ଼ି ଯୁବା ମଞ୍ଚ ଏବଂ ମାରୱାଡ଼ି ମହିଳା ସମିତି ଜୁନାଗଡ ଦ୍ୱାରା ମାଗଣା କର୍କଟ ପରୀକ୍ଷା ଏବଂ ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ଜୁନାଗଡ଼ ମାରୱାଡ଼ି ଯୁବା ମଞ୍ଚର ସଭାପତି ସ୍ୱରାଜ ଅଗ୍ରୱାଲଙ୍କ ତତ୍ବାବଧାନରେ  ଆୟୋଜିତ ଉକ୍ତ ଶିବିରରେ ଅତ୍ୟାଧୁନିକ କର୍କଟ ସ୍କ୍ରିନିଂ ଓ ଡିଟେକସନ୍ ଭ୍ୟାନ୍ ଏହାର ଡାକ୍ତର ଏବଂ ସେବାୟତଙ୍କ ସହିତ ଉପସ୍ଥିତ ଥିଲେ ଏବଂ ବିଭିନ୍ନ ଟେଷ୍ଟ କାର୍ଯ୍ୟ କରାଯାଇଥିଲା। କର୍କଟ ସମ୍ବନ୍ଧୀୟ ପରୀକ୍ଷା ସହିତ ମ୍ୟାମୋଗ୍ରାଫି, ଏଣ୍ଡୋସ୍କୋପି, ଏକ୍ସ-ରେ, ପେପ୍ସ ମାୟର୍ ବିଚ୍, ଡାଇବେଟିସ, ରକ୍ତ ଏବଂ ବିଭିନ୍ନ ପ୍ରକାରର ପରୀକ୍ଷା ସୁବିଧା ସହିତ ବସ୍ ରେ ଉପଲବ୍ଧ ହୋଇଥିଲା ବୋଲି ଜଣା ପଡିଛି।

ଏହି ଶିବିରରେ ଜୁନାଗଡ଼ରେ ରହୁଥିବା ସର୍ବାଧିକ ମହିଳା ଏବଂ ପୁରୁଷ ଉପକୃତ ହୋଇଥିଲେ। ଶିବିରରେ ମୋଟ ୯୭ଜଣ ଲୋକଙ୍କ ପରୀକ୍ଷା କରାଯାଇଥିଲା। ମାରୱାଡ଼ି ଯୁବା ମଞ୍ଚ ଜୁନାଗଡ଼ ଏବଂ ମହିଳା ସମିତିର ସମସ୍ତ ସଦସ୍ୟା ତଥା ବିଶେଷକରି ସଂସ୍କାର ବନସଲ, ସୌରଭ ଅଗ୍ରୱାଲ, ମୀରା ଅଗ୍ରୱାଲ, ରିତୁ ଅଗ୍ରୱାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.