ଗାଁକୁ ପହଞ୍ଚିପାରିଲାନି ଶବ ବାହକ ଗାଡି, ମୃତକଙ୍କୁ ଅଧା ରାସ୍ତାରେ ଛାଡ଼ିଲା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସ୍ୱାଧୀନତା ର ଦୀର୍ଘ ବର୍ଷ ପରେବି ଉପାନ୍ତ ଅଞ୍ଚଳ କୁ ଯାଇ ପାରୁନି ଅମ୍ବୁଲାନ୍ସ କି ଶେଷ ଯାତ୍ରା ଗାଡି l ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ କିଛି ଉପାନ୍ତ ଅଞ୍ଚଳ l ଗମନା ଗମନ ପାଇଁ ଭଲ ରାସ୍ତା ନଥିବା ବେଳେ ଲୋକେ ବହୁସମସ୍ୟା ର ସମ୍ମୁଖୀନ ହେଉଛନ୍ତି l ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ମୃତକଙ୍କୁ ଗାଁ ପର୍ଯ୍ୟନ୍ତ ପହଞ୍ଚାଇ ନପାରି ଅଧା ରାସ୍ତାରେ ଶବ ବାହକ ଗାଡ଼ି ଛାଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଳକ ଆମପାଣି ପଞ୍ଚାୟତର ବନ ପାହାଡ଼ ଘେରା ଉପାନ୍ତ କୁଟୁରୁ ଗ୍ରାମରେ।

Omkar Vasthu
Omkar Vasthu

ସୂଚନା ଅନୁସାରେ, କୁଟୁରୁ ଗ୍ରାମର ଇନ୍ଦ୍ର ଠାକୁର(୫୫) ଛାତି ଯନ୍ତ୍ରଣା ହେବାରୁ ପରିବାର ଲୋକେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଶୁକ୍ରବାର ସକାଳେ ଇନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି। ଏହାପରେ ଶବ ବାହକ ଗାଡ଼ି ସାହାଯ୍ୟରେ ମୃତକଙ୍କ ଶବ ନିଜ ଗାଁ କୁଟୁରୁ କୁ ନେବା ସମୟରେ ଆନ୍ଦିଝରନ ନିକଟରେ ଥିବା ଏକ ନାଲା ଉପରେ ପ୍ରବଳ ପାଣି ପ୍ରବାହିତ ହେଉଥିବାରୁ ମହାପ୍ରୟାଣ ଗାଡ଼ି ଯାଇ ନପାରି ସେଠାରେ ଅଟକି ଯାଇଥିଲା। ମୃତକଙ୍କ ପରିବାର ଲୋକେ ଗାଁ ପର୍ଯ୍ୟନ୍ତ ଶବ ନ ଯିବାରୁ ଉତ୍ତେଜିତ ହୋଇଥିଲେ। ତେଣୁ ପ୍ରାୟ ୨ ଘଣ୍ଟାରୁ ଉର୍ଦ୍ଧ୍ବ ସେଠାରେ ଗାଡ଼ି ଅଟକି ରହିଥିଲା। ପରେ ଗାଁରୁ ସମ୍ପର୍କୀୟ ମାନେ ସେଠାକୁ ପହଞ୍ଚି ନାଲା ପାରହୋଇ ଶବକୁ ଘର ପର୍ଯ୍ୟନ୍ତ ବୋହି ନେଇଥିବା ଜଣାପଡିଛି। ପ୍ରକାଶ ଯେ’ ପୂର୍ବରୁ ମଧ୍ୟ ଅନେକ ଥର ରାସ୍ତା ଭଲ ନଥିବା ଓ ବର୍ଷା ଦିନେ ଉକ୍ତ ନାଲାରେ ପ୍ରବଳ ପାଣି ପ୍ରବାହିତ ଯୋଗୁଁ ଲୋକେ ଖଟିଆରେ ରୋଗୀଙ୍କୁ ବୋହି ଆଣି ଉକ୍ତ ନାଲା ପାର ହେବାପରେ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ନେଇଥିବା ଘଟଣା ସାମ୍ନାକୁ ଆସିଛି। ଏମିତି କି ପଞ୍ଚାୟତକୁ ରାସନ ସାମଗ୍ରୀ ଆଣିବାକୁ ଆସି ଫେରିବା ସମୟରେ ମଧ୍ୟ ଅନେକ ହଟହଟା ହେଉଥିବା ନଜିର ରହିଛି। ବାରମ୍ବାର ଏଭଲି ଘଟଣା ଘଟୁଥିବା ବେଳେ ପ୍ରଶାସନ କେବେ ଚେଇଁବ ଏବଂ ରାସ୍ତା ସମସ୍ୟାର ସମାଧାନ କରିବ ତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।‌

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.