ଓଡିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଏନଏସି ଅନ୍ତର୍ଗତ କୁମାରୀ ନିକଟ ସନସାଇନ ଇଣ୍ଟର ନେସନାଲ ଇଂରାଜି ମିଡ଼ିୟମ ସ୍କୁଲରେ ୧୩୬ତମ ଗୁରୁଦିବସ ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ଶିକ୍ଷାବିତ ପ୍ରଫୁଲ କୁମାର ରଥଙ୍କ ସଂଯୋଜନାରେ ପାଳିତ ହୋଇଯାଇଛି | ପୁରୁଷୋତ୍ତମପୁର ଅଞ୍ଚଳର ପୂର୍ବତନ ପ୍ରଧାନ ଶିକ୍ଷକ ଏ ରାଜ ଗୋପାଳ ରାଓ ଓ ଏହି ସ୍କୁଲର ଅଧ୍ୟକ୍ଷ ସୁନୀଲ କୁମାର ମହାନ୍ତୀ ମଞ୍ଚାସିନ ଥିଲେ |
ଅତିଥି ଭାବେ ଦୁଇ ସାମ୍ବାଦିକ ପ୍ରସନ୍ନ କୁମାର ଦାଶ ଓ ଅରୁଣ କୁମାର ଗୌଡ଼ ଆଜିର ଏହି କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥିତ ଥିଲେ | ଏହାସହିତ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ |ପ୍ରଥମେ କାର୍ଯ୍ୟକ୍ରମ ଆରମ୍ଭରେ ଆଜିର ମହାନ ଗୁରୁ ସର୍ବପଲି ରାଧାକିଷ୍ଣଙ୍କ ଫୋଟରେ ଗନ୍ଧ, ପୁଷ୍ପ ଦେଇ ପ୍ରଦୀପ ପ୍ରଜ୍ବଳନ କରି ପୁଜା କରିଥିଲେ | ଏବଂ ମଞ୍ଚାସିନ ଅତିଥି ମାନଙ୍କୁ ଗନ୍ଧ ପୁଷ୍ପ ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ |
ପରବର୍ତୀ ଅବସ୍ଥାରେ ଅଧକ୍ଷ ଓ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ଛାତ୍ର, ଛାତ୍ରୀ ମାନେ ଗନ୍ଧ, ପୁଷ ଓ ଉପଢୌକନ ଦେଇ ପୁଜା କରିଥିଲେ | ବୈଠକ ଆରମ୍ଭରେ ଅଧକ୍ଷ ଅନୁଷ୍ଠାନର ସଭାପତି ତାଙ୍କରି ଗୁରୁ ଅଟନ୍ତି ଏବଂ ତାଙ୍କର ଆଶୀର୍ବାଦ ପାଇ ସେ ଆଜି ଏହି ଅନୁଷ୍ଠାନର ଅଧ୍ୟକ୍ଷ ହୋଇପାରିଛନ୍ତି, ତେଣୁ ସେ ଆଜି ଗର୍ବିତ ବୋଲି କହିଥିଲେ | ଛାତ୍ର, ଛାତ୍ରୀ ମାନେ ପ୍ରଥମେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ | ନିଜ ବକ୍ତବ୍ୟରେ ସଭାପତି ପୌରାଣିକ ଯୁଗଠାରୁ ଆରମ୍ଭ କରି ବର୍ତ୍ତମାନ ଯୁଗର ଗୁରୁ ଏବଂ ମହାନ ଗୁରୁଙ୍କ ଉପରେ ବହୁତ କିଛି ହୃଦୟ ସ୍ପର୍ଶୀ ଅନଳ ଗର୍ଭକ ଭାଷଣ ଦେଇଥିଲେ |
ଅନ୍ୟ ଅତିଥି ମାନେ ମଧ୍ୟ ବହୁ ଉପଦେଶାତ୍ମକ ଭାଷଣ ଦେଇଥିଲେ | ଅଧ୍ୟକ୍ଷ ମଧ୍ୟ ପିଲାମାନଙ୍କ ଭବିଷ୍ୟତ ଓ ଉତ୍ତରୋ ତର କାମନା କରିଥିଲେ | ଶେଷରେ ପିଲାମାନେ ଙ୍କ ଦ୍ୱାରା ବିଭିର୍ଣ୍ଣ ଗୁରୂ ଉପଦେଶାତ୍ମକ ନୃତ୍ୟ ମଧ୍ୟ ପରିବେଷିତ ହୋଇଥିଲା | ଏହି କାର୍ଯ୍ୟକ୍ରମକୁ ସ୍କୁଲର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ |