ଦ୍ରୋଣାଚାର୍ଯ୍ୟ ସ୍କୁଲ ରୁପ୍ରାରୋଡରେ ଗୁରୁ ଦିବସ ପାଳନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ ସ୍ଥିତ ଦ୍ରୋଣାଚାର୍ଯ୍ୟ ସ୍କୁଲଠାରେ ମହାସମାରୋହରେ ଗୁରୁ ଦିବସ ପାଳିତ ହୋଇଯାଇଛି। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ପ୍ରତିବର୍ଷ ଗୁରୁଦିବସ ଭାବେ ପାଳନ କରାଯାଏ। ଜଣେ ଦାର୍ଶିନିକ, କୁଶଳୀ ରାଷ୍ଟ୍ରନୀତିଜ୍ଞ ଓ ଆଦର୍ଶ ଶିକ୍ଷକ ଭାବରେ ରାଧାକ୍ରିଷ୍ଣନ ବେଶ୍ ପରଚିତ ବୋଲି ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ କୈଳାଶ ସା ମତବ୍ୟକ୍ତ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଗୁରୁ ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ। ସଂକେତ ସଂପୂର୍ଣ୍ଣ ସା, ରୋହନ କୁମାର, ତନୁ ସୁନାନୀ, ଅମ୍ରିତା ସାହୁ, ଶୁଭ୍ରାଂଶ ପଧାନ, ଅନ୍ବେଶା ସାହୁ, ତମନ୍ନା ମାଝୀ ପ୍ରମୁଖ ଛାତ୍ରଛାତ୍ରୀମାନେ ଗୁରୁ ଦିବସ ସମାରୋହର ଆୟୋଜନ କରିଥିବାବେଳେ ଏଥିରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଶିକ୍ଷାର୍ଥୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଗୁରୁପୂଜନ କରିବାସହ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.