ଅନୁଷ୍ଠିତ ହେଲା ଡେଙ୍ଗୁ ତ‌ଥା ସଡ଼କ ସୁରକ୍ଷା ଉପରେ କର୍ମଶାଳା

ଓଡ଼ିଆ ବାର୍ତ୍ତା/ କଟକ (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ତିନୋଟି ପ୍ରମୁଖ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ସାବିତ୍ରୀ ଦେବୀ ଚାରିଟେବୁଲ୍ ଟ୍ରଷ୍ଟ’, ଭୁବନେଶ୍ଵର, ‘ହ୍ୟୁମାନ୍ ରାଇଟସ୍ କ୍ଲିନିକ୍’, କଟକ ଏବଂ ‘ପୂର୍ବାଶା ତାରିଣୀ ମା’ ସାଂସ୍କୃତିକ ଉନ୍ନୟନ ସଂଗଠନ’ କଟକ ତରଫରୁ ଡେଙ୍ଗୁ ତଥା ସଡ଼କ ସୁରକ୍ଷା ଉପରେ ଏକ ସଚେତନତାମୂଳକ କର୍ମଶାଳା ଆୟୋଜନ କରି ସମସ୍ତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମ ସମାପ୍ତି ପରେ ଆୟୋଜକ ମାନେ ଯଥା ଓଡ଼ିଶାର ପୂର୍ବତନ ପୋଲିସ୍ ମହାନିର୍ଦ୍ଦେଶକ ଗୋପବନ୍ଧୁ ମଲ୍ଲିକ, ପ୍ରଫେସର ରଶ୍ମୀ ରାଉଳ (ପ୍ରାଧ୍ୟାପିକା, ଲେଖିକା, ସୁବକ୍ତା), ଡକ୍ଟର ଲଳିତ କୁମାର ଲେଙ୍କା (ପ୍ରାଧ୍ୟାପକ, ଲେଖକ), ରାମନାରାୟଣ ପାତ୍ର, ସାମାଜିକ କର୍ମୀ ବନଶ୍ରୀ ମହାପାତ୍ର, ମଧୁସ୍ମିତା ଚୌଧୁରୀ, ରଂଜିତା ମହାରଣା, ସୁଧାକର ନାୟକ, ସୁଲଗ୍ନା ସୁଚରିତା, ଶତ୍ରୁଜିତ ମହାପାତ୍ର, ବିପ୍ଳବ ପଟ୍ଟନାୟକ, ଦାମୋଦର ବରାଳ, ଶିବ ପ୍ରସାଦ ମହାନ୍ତି, ପ୍ରଶାନ୍ତ ଦାସ, ସୁଦର୍ଶନ ସାହୁ ଇତ୍ୟାଦି ସଚେତନ ନାଗରିକ ମାନେ ଗୌରୀ ଶଙ୍କର ପାର୍କ ନିକଟରୁ ଏକ ବିରାଟ ପଟୁଆରରେ ଯାଇ କଟକ ମହାନଗର ନିଗମର ନଗରପାଳ ସୁବାସ ସିଂ ଏବଂ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । କଟକରେ ଡେଙ୍ଗୁକୁ ପ୍ରତିରୋଧ କରିବା ସହିତ ସଡ଼କ ସୁରକ୍ଷାର ନିୟମ ଗୁଡ଼ିକୁ କଡ଼ାକଡ଼ି ଭାବରେ ଲାଗୁ କରିବା ପାଇଁ ଅନୁରୋଧ କରିଥିଲେ। କଟକ ମହାନଗର ନିଗମର ନଗରପାଳ ସୁବାସ ସିଂ ଏବଂ ଜିଲ୍ଲାପାଳ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.