ଉଦଘାଟିତ ହେଲା ପିଏସ ଢାବା

ଓଡ଼ିଆ ବାର୍ତ୍ତା/ ଲାଞ୍ଜିଗଡ଼ (ନିଲେଶ କୁମାର ନାଗ): ବିଶ୍ଵନାଥପୁର-ଲାଞ୍ଜିଗଡ଼ ରାସ୍ତା ଟାଙ୍ଗନକନା ଛକ ନିକଟରେ ଖୋଲିଛି ପି.ଏସ ଢାବା। ଆଜି ପି.ଏସ ଢାବା ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ. ବଳଭଦ୍ର ମାଝୀ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ କଂଗ୍ରେସ ନେତା ଗୋବିନ୍ଦ ପ୍ରଧାନୀ, ଦଶରଥ ପାତ୍ର, ନରେନ୍ଦ୍ର ପ୍ରଧାନୀ, କର୍ଣ୍ଣ ସାହୁଙ୍କ ସହିତ ବିଶ୍ୱମ୍ବର ନାୟକ, ସମାଜସେବୀ ସୁରେଶ ଅଗ୍ରୱାଲ, ସନ୍ତୋଷ ସିଂ, ଶ୍ରୀନିବାସ ଚଣ୍ଡି, ହରି ରଣା, ପରମାନନ୍ଦ ରଣା,ପ୍ରମୁଖ ଯୋଗ ଦେଇଥିଲେ। ପି.ଏସ ଢାବାର ମାଲିକ ପ୍ରମୋଦ କୁମାର ସାହୁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ଥୟମନ ସାହୁ, କ୍ଷମାନିଧି ସାହୁ, ପ୍ରସନ୍ନ ସାହୁ, ସଙ୍ଗୀତ କୁମାର ସାହୁ, ଅଶୋକ ସାହୁ, ଦେବେନ୍ଦ୍ର ମହାଖୁଡ଼ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.