ବାଲେଶ୍ଵରରେ ପ୍ରଥମ ଥର ଆୟୋଜିତ ହେଲା ଅବିକା ୨୦୨୫ କ୍ୟାଲେଣ୍ଡର ସିଜିନ-୫ର ଅଡିସନ

ସାନଭି, ପ୍ରିୟାଂସ, ଇପ୍ସିତା ଓ ହର୍ଷିତା ଯିବେ ଗ୍ରାଣ୍ଡ୍ ଫିନାଲେକୁ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ହସ୍ତତନ୍ତ ତଥା ପାରମ୍ପରିକ ବୁଣାକାର ଏବଂ ବାନ୍ଧକାର ମାନଙ୍କୁ ଉତ୍ସାହିତ କରିବା ପାଇଁ ୨୦୨୦ ମସିହାରୁ ଅବିକା ପ୍ରସ୍ତୁତ କରିଆସୁଛି ଏକମାତ୍ର ହସ୍ତତନ୍ତ ଆଧାରିତ କ୍ୟାଲେଣ୍ଡର ‘ଅବିକା କ୍ୟାଲେଣ୍ଡର’। ଓଡିଶାରେ ଅନୁଗୁଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର ଆଦି ପ୍ରମୁଖ ସହର ମାନଙ୍କରେ ଅବିକା ୨୦୨୫ କ୍ୟାଲେଣ୍ଡର ସିଜିନ-୫ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ସହିତ ଅଡିସନ ମଧ୍ୟ ଆରମ୍ଭ ହୋଇଛି। ଗତକାଲି, ୨୨ ତାରିଖରେ ସ୍ଥାନୀୟ ନାଚ୍ ଡାନ୍ସ ଏକାଡେମୀ ବାଲେଶ୍ଵର ଠାରେ ଅବିକା ୨୦୨୫ କ୍ୟାଲେଣ୍ଡରର ଅଡିସନ ସିଜିନ-୫ ଅନୁଷ୍ଠିତ ହୋଇଯାଇଛି। ‘ଅବିକା’ର ଏହି ବାଲେଶ୍ଵର ଅଡିସନରେ ନାଚ୍ ଅନୁଷ୍ଠାନର ନିର୍ଦ୍ଦେଶିକା ରୋନାଲିସା ପଣ୍ଡା, ମଡେଲ ଡାକ୍ତର ଶିଖା ଚୌଧୁରୀ, ଶିକ୍ଷାବିତ୍ ତଥା ସମାଜସେବୀ ସତ୍ୟମ୍ କୁମାର ମିଶ୍ର ଏବଂ ‘ଅବିକା’ର ନିର୍ଦ୍ଦେଶକ ଅବିନାଶ ସାହୁ ଜୁରୀ ଏବଂ ଅତିଥି ଭାବେ ଯୋଗ ଦେଇଥିଲେ। ବାଲେଶ୍ବର ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅନେକ ପ୍ରତିଯୋଗୀ ଏହି ଅଡିସନରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି। ଅତିଥିମାନଙ୍କୁ ମୟୂର ଚନ୍ଦ୍ରିକା, ଟଗର ଫୁଲ ଗଛ ଉପହାର ଏବଂ ସ୍ମୃତି ଫଳକ ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଅବିକା ଫେସ୍ ଅଫ୍ ବାଲେଶ୍ଵରର ଫଳାଫଳ ମଧ୍ୟ ଘୋଷଣା ହୋଇଥିଲା। ସାନଭି ପାଣି ପ୍ରଥମ ହୋଇଥିବା ବେଳେ ସାଇ ପ୍ରିୟାଂସ ଦାସ ଦ୍ଵିତୀୟ ଏବଂ ଇପ୍ସିତା ନନ୍ଦ ଓ ହର୍ଷିତା ରାଣୀ ବେହେରା ତୃତୀୟ ସ୍ଥାନ ଗ୍ରହଣ କରିଥିଲେ। ସେମାନଙ୍କୁ ଅବିକା କ୍ୟାଲେଣ୍ଡର ଗ୍ରାଣ୍ଡ୍ ଫିନାଲେରେ ସମ୍ମାନିତ କରାଯିବ ବୋଲିି ‘ଅବିକା’ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.