ଆପାର ପରିଚୟପତ୍ର ପାଇଁ ଅବିଭାବକ ଓ ଅଧ୍ୟାପକ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଧର୍ମଗଡ ବ୍ଲକ ସ୍ଥିତ ବେହେରା ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଓ ଦ୍ଵାଦଶ ଶ୍ରେଣୀରେ ଅଧ୍ୟୟନରତ ଛାତ୍ର ଛାତ୍ରୀଙ୍କ ପିତା-ମାତା ତଥା ଆଇନଗତ ଅଭିଭାବକ ଓ ଶିକ୍ଷକମାନଙ୍କ ମଧ୍ୟରେ ଅପାର ପରିଚୟ ପତ୍ର (Automated Permanent Academic Account Registry) ପ୍ରସ୍ତୁତି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଭାରତ ସରକାରଙ୍କ ଗୋଟିଏ ଦେଶ – ଛାତ୍ରଛାତ୍ରୀଙ୍କ ଗୋଟିଏ ପରିଚୟ ପତ୍ର କାର୍ଯ୍ୟକ୍ରମ ଅନ୍ତର୍ଗତ ଆପାର ପରିଚୟ ପତ୍ର ପ୍ରସ୍ତୁତି ବିଷୟରେ ଆଲୋଚନା କରଯାଇଥିଲା। ଅପାର ପରିଚୟପତ୍ର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ସ୍ବତନ୍ତ୍ର ପରିଚୟ ରହିବ, ଶିକ୍ଷା ସଂପର୍କିତ ଅଗ୍ରଗତି ଜାଣିହେବ। ଆଲୋଚନା ପରେ ଉପସ୍ଥିତ ଅଭିଭାବକ ସହମତି ପ୍ରଦାନ କରି ସମ୍ମତି ପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଅକ୍ଷୟ କୁମାର ପଟ୍ଟନାୟକ, ଅଧ୍ୟାପକ ନିକୁଞ୍ଜ ବିହାରୀ ସାହୁ, ଗ୍ରନ୍ଥାଗାର ଫକିର ନାରାୟଣ ଚଣ୍ଡି ମଞ୍ଚାସୀନ ଥିଲେ। ଅଧ୍ୟାପକ ମୋହନ ଚରଣ ବିଷି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶାରୀରିକ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀ ଓ ଅଶୋକ କୁମାର ଚଣ୍ଡି ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.