ଭାଟ କୁମରଡ଼ା ହାଇସ୍କୁଲରେ ନିପୁଣ ଓଡ଼ିଶା ଲୋଗୋର ଶୁଭ ଉନ୍ମୋଚନ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟ କୁମାରଡ଼ା ପଞ୍ଚାୟତରେ ଥିବା ଶ୍ରୀ ନରସିଂହ ପଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପ୍ରଥମ ଠାରୁ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ନିମନ୍ତେ ନୂତନ ଶିକ୍ଷା ପଦ୍ଧତି ନିପୁଣ ଲୋଗୋର ଉନ୍ମୋଚନ କାର୍ଯ୍ୟକ୍ରମ ହାଇସ୍କୁଲ ରପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବାସନ୍ତୀ ବେହେରାଙ୍କ ସଭାପତିତ୍ୱରେ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ଗୋଷ୍ଟୀ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ, ପୁରୁଷୋତ୍ତମପୁର ଇନଚାର୍ଜ ଗୋଷ୍ଠି ଶିକ୍ଷା ଅଧିକାରୀ ଏସ ଗିରିଧାରୀ, ଗଞ୍ଜାମ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ପ୍ରଶିକ୍ଷିକା ପ୍ରଜ୍ଞା ପାରମିତା, ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳର କନିଷ୍ଠ ଯନ୍ତ୍ରୀ ପବିତ୍ରା ପ୍ରଧାନ ମଞ୍ଚାସିନ ଥିଲା ବେଳେ ସମ୍ମାନିତ ଅତିଥି ଭାବେ ଏବିଓ  ରାଜ କିଶୋର ସାହୁ, ଓ ସଂଚାଳକ ରୂପେ ଏବିଓ ସିମାଞ୍ଚଳ ରଥ, ସିଡିପିଓଙ୍କ ପ୍ରତିନିଧି ସୁପର ଭାଇଜର ଜୟନ୍ତୀ ସାବତ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

ଏହାସହ ବ୍ଲକର ପୁରାତନ ସିଆରସିସି ମାନେ ହେଲେ, ସରୋଜ କୁମାର ଦାଶ, ଶିବରାମ ସେଠୀ, ଭଗବାନ ସାହୁ ଭାରତୀ ଭୂଷଣ ଦାଶ, ବନମାଳୀ ବେହେରାଙ୍କ ସହିତ ନୂତନ ସିଆରସିସି ମାନେ ହେଲେ ହେମନ୍ତ କୁମାର ବେହେରା, ଏସ ଲକ୍ଷ୍ମୀ ନାରାୟଣ ପାତ୍ର, ନୀଳାଞ୍ଚଳ ସାହୁ, ପ୍ରତାପ ପଣ୍ଡା, ପୁର୍ଣଚନ୍ଦ୍ର ନାୟକ, ମନୋଜ କୁମାର ପଣ୍ଡା, ଗଣେଶ ପାତ୍ର, ନକୁଳ ସେଠୀ, ବିନାୟକ ସାହୁ, ଦେବେନ୍ଦ୍ର ସେଠୀ, ସୁଶାନ୍ତ ପଳେଇ, ନିରଞ୍ଜନ ତ୍ରିପାଠୀ ଉପସ୍ଥିତ ଥିଲେ। ଓ ଅନ୍ୟ ଶିକ୍ଷକମାନଙ୍କ ମଧ୍ୟରେ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ପ୍ରଧାନ ଶିକ୍ଷକ ଏବଂ ଶିକ୍ଷୟତ୍ରୀ, ଏଫ୍ ଏଲ୍ ଏନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ନିପୁଣ ଓଡିଶାର ଏହି ଲୋଗୋର ଶୁଭ ଉଦଘାଟନ କରାଯାଇଥିଲା। ସମସ୍ତେ ନିପୂଣ ଓଡ଼ିଶାର ସଙ୍ଗୀତକୁ ମଧ୍ୟ ଶୁଣିଥିଲେ। ବିଡିଓ ମହୋଦୟ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ବକ୍ତବ୍ୟ ରଖିଥିଲେ। ଓ ପିଲା ମାନଙ୍କୁ ସ୍କୁଲରେ ପାର୍ଥନା ପରେ ପଣିକିଆ ଶିକ୍ଷା ଓ ହସ୍ତାକ୍ଷର ଲିଖନ ଉପରେ ଗୁରୁତ୍ୱ ଦେବାକୁ ବୈଠକରେ ମତ ଦେଇଥିଲେ ଯାହାଦ୍ୱାରା ପିଲାଙ୍କ ସୁନ୍ଦର ଅକ୍ଷର ଲେଖନୀ ହେବା ସହ ଗଣିତ ମଧ୍ୟ ଭଲ ହୋଇ ପାରିବ ବୋଲି ବିଡ଼ିଓ କହିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କାର୍ଯ୍ୟକ୍ରମର ଉଦେଶ୍ୟ, ଲକ୍ଷ୍ୟ ବିଷୟରେ ବରିଷ୍ଠ ଶିକ୍ଷା ଅଧିକାରୀ ଏସ ଗିରିଧାରୀ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଏବଂ ଆସନ୍ତା 2026/27 ମସିହା ମଧ୍ୟରେ ବିଦ୍ୟାଳୟର ପ୍ରଥମ ଠାରୁ ତୃତୀୟ ଶ୍ରେଣୀ ( 6ବର୍ଷ ଠାରୁ 9ବର୍ଷ) ଛାତ୍ର ଛାତ୍ରୀ ଭାଷା ଓ ଗଣିତ ବିଷୟରେ ପାରଙ୍ଗମ ହୋଇ ଠିକ ପଢିବେ, ବୁଝିବେ ଓ ଲେଖି ପାରିବେ ତାହାହିଁ ହେଉଛି “ନିପୁଣ ଓଡିଶା ର ମୁଖ୍ୟ ଲକ୍ଷ ବୋଲି କହିବା ସହିତ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ରଛାତ୍ର, ଛାତ୍ରୀଙ୍କ ପରୀକ୍ଷା ହାର ଗଞ୍ଜାମ ଜିଲ୍ଳାରେ ପୁରୁଷୋତ୍ତମପୁର ବ୍ଲକ 2 ୟ ଏବଂ 3ୟ ସ୍ଥାନରେ ରହିଥିବାର ରିପୋର୍ଟ ଆସିଛି। ସେଥିପାଇଁ ସେ ବିଡ଼ିଓ, ବିଇଓ ଓ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି। ତେବେ ବିଡ଼ିଓ ଙ୍କ ମତ ନଂ ୱାନ ହୋଈ ଥିବା ହିଞ୍ଜିଳି ବ୍ଲକ ଠାରୁ ଆମେ ସମସ୍ତେ ଏକ ହୋଈ କାମ କଲେ ଆମ ପୁରୁଷୋତ୍ତମପୁର ବ୍ଲକମଧ୍ୟ ଏକନଂ ହୋଈ ପାରିବ କହିଥିଲେ। ଶେଷରେ ଏ ବି ଓ ସିମଚକ ରଥ ସମସ୍ତଙ୍କୁ ଧନ୍ୟବାଦ ଦେଇ ଆଜିର ଏହି କାର୍ଯ୍ୟକ୍ରମକୁ ଶେଷ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ନରସିଂହ ପଣ୍ଡା ଉଚ୍ଚବିଦ୍ୟାଳୟର ସମସ୍ତ ଷ୍ଟାଫ, କର୍ମଚାରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.