ମାଁଙ୍କ ବାଟକୁ ଚାହିଁ ରହିଛି‌ ପୂଜା‌ ମେଢ

ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ ଗଣ୍ଡାବାହାଲି ଦୁର୍ଗାପୂଜା 

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଐତିହାସିକ କଳା ସଂସ୍କୃତିର ମାଟି ଗଣ୍ତାବାହାଲି ଠାରେ ଚଳିତ ବର୍ଷ ମହା ଆଡମ୍ବରରେ ଅନୁଷ୍ଠିତ ହେବ ମାଁଙ୍କ ଦୁର୍ଗାପୂଜା। ଦୀର୍ଘଦିନ ଧରି‌ ଅଞ୍ଚଳରେ ଗଣ୍ତାବାହାଲି ସାର୍ବଜନୀନ ଦୁର୍ଗା ପୂଜା ଅନୁଷ୍ଠିତ ହୋଇ ଆସୁଅଛି ଏବଂ ବିଶେଷ ଆର୍କଷଣର କେନ୍ଦ୍ରବିନ୍ଧୁ ସାଜେ ପୂଜାମେଢ । ଅଞ୍ଚଳର କୁଶଳୀ କାରିଗରୀ ତିଆରି କରୁଛନ୍ତି ଚିତ୍ତାକର୍ଷକ ସାଜସଜ୍ଜା ଏବଂ ମାଁଙ୍କ ତୋରଣ ଝଲସି ଉଠୁଛି। ବାଉଁଶ ଓ କପଡ଼ାରେ ଅନେକ ଚିତ୍ର ବିଚିତ୍ର କଳାକୁ ମନୋରମ ଢ଼ଙ୍ଗରେ କାରିଗର ମାନେ ଆଙ୍କି ତିଆରି କରୁଛନ୍ତି ସୁନ୍ଦର ମେଢ଼। ସତେ ଯେମିତି ମାଁଙ୍କ ବାଟକୁ ଚାହିଁ ରହିଛି‌ ପୂଜା‌ ମେଢ, କେବେ ମାଁ ଆସିବେ ।  ମାଁ ଯେତେବେଳେ ପୂଜାସ୍ଥଳରେ‌ ବସିବେ ପୂଜାମେଢ଼ର ସୈନ୍ଦର୍ଯ୍ୟ ଦ୍ଵିଗୁଣିତ ହେବ ବୋଲି ଦର୍ଶକମହଳରେ ଚର୍ଚ୍ଚା ହେଉଛି। ମୂର୍ତ୍ତି କାରିଗର ମଧ୍ୟ ଭାବ ବିହ୍ୱଳ ହୋଇ ମାଁକୁ ସଜେଇ ଦେଉଛି ନିଜର ହସ୍ତର ସମସ୍ତ କାରିଗରୀ ବିଦ୍ୟାକୁ ଖଟାଇ ନୂଆଁ ରୂପ ଦେବ, ଯେଉଁ ରୂପରେ ଜଗତଜନନୀ ମାଁ ଦୁର୍ଗା ଅତିସୁନ୍ଦର ଦିଶିବେ। ସ୍ଥାନୀୟ କମିଟି ସଭାପତି ଟଙ୍କଧର ମେହେରଙ୍କ ସୂଚନା ଅନୁସାରେ‌ ମାଁଙ୍କ ପୀଠରେ ସପ୍ତମୀ ତିଥି ଠାରୁ ପୂଜା ଆରମ୍ଭ ହେବ‌। ଚଳିତ ବର୍ଷ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଦର୍ଶକଙ୍କୁ ଆକର୍ଷିତ କରିବା ସହ ଭକ୍ତ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିବ ବୋଲି ଆଶା ପ୍ରକାଶ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.